କୋଦଳା,୧୨/୧୧(ପିପିଟି); ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ଠାରେ (CSC) ବା ଆଧାର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକ ଉଦଘାଟନ କରିଥିବା ବେଳେ ଅତିଥିଭାବେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ପିତାମ୍ବର ପଣ୍ଡା, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ସାହୁ, ସି ଏସ୍ ସି ହେଡ୍ ଅମିତ୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କେନ୍ଦ୍ରରେ ଆଧାର କାର୍ଡର ସମସ୍ତ ତୃଟି ସଂଶୋଧନ ସହ ନୂତନ କାର୍ଡ ମଧ୍ଯ ହୋଇପାରିବ ବୋଲି ଆଧାର କେନ୍ଦ୍ରର ପରିଚାଳିକା ରୀତା ପାତ୍ର ସୂଚନା ଦେଇଛନ୍ତି ।ଏହି କେନ୍ଦ୍ର ଆରମ୍ଭ ହେବା ଦ୍ଵାରା ଅଞ୍ଚଳର ଯୋଗ୍ୟ ହିତାଧିକାରୀ ଅନ୍ଯ ଆଡ଼େ ନ ଯାଇ ନିଜ ଅଞ୍ଚଳରେ ଉପକୃତ ହୋଇ ପାରିବେ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି ।