ମାଲକାନଗିରି,ତା:୦୪/୦୨(ପିପିଟି);ମାଲକାନଗିରି ଏସିଏଫ ବିଭୁତି ଭୁଷଣ ବେହେରା ଗତ ୩୦.୧.୨୦୨୧ ତାରିଖ ଦିନ ଜଣେ ଭାଲ୍ଲୁ କାମୁଡା ବ୍ଯକ୍ତିଙ୍କ ଅନୁକମ୍ପା ମୂଳକ ଏକ ଲକ୍ଷ ଟଙ୍କାକୁ ଚଞ୍ଚକତା କରି ଲାଞ୍ଚ ନେଇଥିବା ଅଭିଯୋଗ ପରେ କେ.ଗୁମ୍ମା ବନପାଳ ରାଜେନ୍ର ଶବରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ବୁଟି ଗୁଡା ଗ୍ରାମର ପାରା ୱାଚର ଅନନ୍ତରାମ ପାଙ୍ଗୀ କାର୍ଯ୍ଯରୁ ବହିଷ୍କାର କରାଯାଇଛି । ମାଲକାନଗିରି ଜିଲ୍ଲାର ଖଇରପୁର ବ୍ଲକ ଅଧିନସ୍ଥ ରାସବେଡା ପଂଚାୟତର ବନ୍ଧଗୁଡା ଗ୍ରାମରେ ଆଜକୁ ୮ ମାସ ତଳେ ସେହି ଗ୍ରାମର ରଘୁ ମାଦ୍ରୀ(୬୦) ଜମିକୁ ଯାଉଥିବା ବେଳେ ହଠାତ ତାଙ୍କ ଉପରକୁ ଏକ ଭାଲୁ ଆକ୍ରମଣ କରିଥିଲା। ସେ ଗୁରୁତର ଥିବାରୁ ସ୍ଥାନୀୟ ଲୋକ ଓ ସରପଞ୍ଚଙ୍କ ସାହାଯ୍ୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ। ସେ ଶୁଣିବାକୁ ପାଇଲେ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଭାଲୁ କାମୁଡାକୁ ସରକାର ସହାୟତା ଯୋଗାଇ ଦିଆଯାଇଛି। ଏଣୁ ସେ ସ୍ଥାନୀୟ ସରପଞ୍ଚଙ୍କୁ ଧରି ବନ ବିଭାଗରେ ସାହାଯ୍ୟ ପାଇଁ ଆବେଦନ କରିଥିଲେ।ଫଳରେତାଙ୍କ ଏକାଉଣ୍ଟକୁ ଏକ ଲକ୍ଷ ଟଙ୍କା ସରକାରୀ ସହାୟତା ଅର୍ଥ ଆସିଲା । ତେବେ କୁଡୁମୁଲୁଗୁମ୍ମା ବନ ପାଳ ଅଧିନରେ କାମ କରୁଥିବା ପାରା ୱାଚର ଅନନ୍ତରାମ ପାଙ୍ଗୀ ଆମେ କାଗଜ ପତ୍ର କାମ କରେଇ ଦେଇଥିବାରୁ ତୁମକୁ ଏକ ଲକ୍ଷ ଟଙ୍କା ମିଳିଲା । ଏଣୁ ଆମକୁ ୩୦ରୁ ୪୦ ହଜାର ଟଙ୍କା ଦେବାକୁ ବାଧ୍ଯ କରିଥିଲେ। ଅନନ୍ତ ରାମ ପାଙ୍ଗୀ ସେହି ବ୍ୟକ୍ତିଙ୍କୁ ବ୍ଯାଙ୍କକୁ ନେଇ ଟଙ୍କା ଉଠାଇ ବାକୁ କହିଥିଲେ । ବ୍ଯାଙ୍କରୁ ୩୦ ହଜାର ଟଙ୍କା ଉଠାଇଲା ପରେ ୨୭ହାଜର ଟଙ୍କା ସେ ଫରେଷ୍ଟର ଓ ରେଞ୍ଜର ମାଗୁଛନ୍ତି କହି ନେଇ ଯାଇଥିଲେ । ପରେ ପୁଣି ଆସି ୧୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ । ଟଙ୍କା ନ ଦେଲେ ସବୁ ଚଙ୍କା ଫେରସ୍ତ ଚାଲିଯିବ କହି ଡ଼ରାଇ ଥିଲେ। ଏ ଘଟଣା ସଂପର୍କରେ ସ୍ଥାନୀୟ ସରପଞ୍ଚ ଗଣ ମାଧ୍ଯମର ଆଶ୍ରୟ ନେଇଥିଲେ।ଗରିବ ଆଦିବାସୀ ଅସହାୟ ଲୋକଙ୍କୁ କାହିଁକି ଠକି ଚାଲିଛନ୍ତି ବନ କର୍ମଚାରୀ ଏହାକୁ ତଦନ୍ତ କରିବାକୁ ଦାବୀ କରିଥିଲେ । ଏହି ଘଟଣାଟି ବିଭିନ୍ନ ଗଣ ମାଧ୍ଯମରେ ପ୍ରକାଶ ପାଇଲା ପରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବଦାସୀ ମିରାଶେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏସିଏଫ ବିଭୁତି ଭୂଷଣ ବେହେରା ଘଟଣା ସ୍ଥଳକୁ ଯାଇ ରଘୁ ମାଦ୍ରୀଙ୍କୁ ଲାଞ୍ଚ ନେବା ସଂପର୍କରେ ପଚାରି ବୁଝିଥିଲେ । ବାସ୍ତବରେ ପାରା ୱାଚର ଅନନ୍ତରାମ ପାଙ୍ଗୀ ୨୭ ହଜାର ଟଙ୍କା ଭାଲ୍ଲୁ କାମୁଡା ଲାଗି କାଗଜ ପତ୍ର କରିଥିଲେ ବୋଲି ନେଇଥିଲେ । ଏ ସଂପର୍କରେ ସମସ୍ତ ଘଟଣା ଜାଣିଲା ପରେ ମଧ୍ଯ ବନପାଳ ରାଜେନ୍ଦ୍ର ଶବର ନିରବ ରହିଥିଲେ । ଗଣ ମାଧ୍ଯମରେ ଏହି ଘଟଣାଟି ପ୍ରକାଶ ପାଇଲା ୱାଚର ଅନନ୍ତରାମ ପାଙ୍ଗୀ ଭାଲ୍ଲୁ ଆକ୍ରମଣର ଶିକାର ହୋଇଥିବା ରଘୁ ମାଦ୍ରୀଙ୍କୁ ୨୭ ହଜାର ଟଙ୍କା ଫେରାଇ ଦେଇଥିଲେ । ତେବେ ଘଟଣାଟି ସତ୍ଯଥିବାରୁ ଗତ ୧.୨.୨୦୨୧ ତାରିଖ ଦିନ ମାଲକାନଗିରି ଲନଖଣ୍ଡ ଅଧିକାରୀ ପ୍ରଦୀପ ଦେବଦାସୀ ମିରାଶେ ବନପାଳ ରାଜେନ୍ଦ୍ର ଶବରଙ୍କୁ କାର୍ଯ୍ଯରୁ ନିଲମ୍ବିତ କରିବା ସହ ପାରା ୱାଚର ଅନନ୍ତରାମ ପାଙ୍ଗୀଙ୍କୁ କାର୍ଯ୍ଯରୁ ବହିଷ୍କୃତ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)