କେନ୍ଦ୍ର ସରକାରଙ୍କ ସଂଶୋଧିତ ଖଣି ନୀତି ବିରୁଦ୍ଧରେ ଇଣ୍ଡିମେଣ୍ଟର ପ୍ରତିବାଦ ସଭା ।

ବ୍ରହ୍ମପୁର,୨୫/୦୮(ପିପିଟି):କେନ୍ଦ୍ରର ମୋଦି ସରକାର ରାଜ୍ୟ ର ସ୍ଵାର୍ଥ କରୋଧୀ ଖଣି ଆଇନ ସଂଶୋଧନ – ୨୦୨୬ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନର ଆହ୍ଵାନ ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରେ ଇଣ୍ଡିଆ ବ୍ଳକର ଦଳ ସମୂହ କଂଗ୍ରେସ୍, ସିପିଆଇ, ସିପିଆଇ (ଏମ୍), ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିବାଦ ଅନୁଷ୍ଠିତ । ଏହି ପ୍ରତିବାଦ ସଭା ରେ ଫରୱାର୍ଡ ବ୍ଲକ୍ ର ବିଭୁଧେନ୍ଦ୍ର ପାଢୀ, ସନ୍ତୋଷ କୁମାର ସାହୁ, ସ୍ଵପ୍ନେଶ୍ଵର ପାଣିଗ୍ରାହୀ,କଂଗ୍ରେସ ର ଜିଲ୍ଲା ସଭାପତି ରଶ୍ମୀରଂଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ତ୍ରୀନାଥ ବେହେରା, ପୂର୍ବତନ ମନ୍ତ୍ରୀ ରାଘବ ପରିଡା, ସିପିଆଇ ପକ୍ଷରୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରକାଶ ପାତ୍ର, ପୁର୍ବତନ ବିଧାୟକ ଏନ୍. ନାରାୟଣ ରେଡି, ନୀଳକଣ୍ଠ ଦାଶ, ପ୍ରଦୀପ ସେଠି, କାମଦେବ ନାହାକ, ନୂଆଦୁନିଆର ସଂପାଦକ ରମେଶ ଚନ୍ଦ୍ର ପାଢୀ, ଗିରି ପ୍ରସାଦ ରେଡି, ଭାନୁମତି ରେଡି, ରଙ୍କନାଥ ସ୍ଵାଇଁ, ଅଳକନାଥ ମିଶ୍ର, ସିମାଞ୍ଚଳ ସାହୁ, ସିପିଏମ୍ ର ନେତା ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଠୀର ବେହେରା, କୈଳାଶ ଚନ୍ଦ୍ର ଷଡଙ୍ଗୀ ନେତୃତ୍ଵ ନେଇ ଏମଏମଡିଆର ସଂଶୋଧନ ଆଇନ ତୁରନ୍ତ ପ୍ରତାହର କରିବା ପାଇଁ ଦାବି କରିଥିଲେ । ପ୍ରତିବାଦରେ ୪ ଦଳର ଶହ ଶହ କର୍ମୀ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ଯରେ ସିପିଆଇ ନେତା ସତ୍ୟନାରାୟଣ ମହାପାତ୍ର, ସିଏଚ୍ ଜନାର୍ଦ୍ଦନ, ସୁକାନ୍ତ ଆଚାରୀ, ନବୀନ ଗୌଡ, ଦୁର୍ଗାଚରଣ ପାତ୍ର, ଏମ୍ ସାହାଜାହାନ, ପଞ୍ଚାନନ ସ୍ୱାଇଁ ପ୍ରମୁଖ ସାଥୀମାନେ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

Comments (0)
Add Comment