କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ଭୁବନେଶ୍ବର  : ଆଜି ନେତାଜୀ ଭବନ ପରିସରରେ ଆଗାମୀ ଦିନର କୃଷକ ଆନ୍ଦୋଳନ ର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଅନୁଷ୍ଠିତ ହୋଇଯାଇଛି ଅଲ ଇଣ୍ଡିଆ କୃଷକ ସଂଘର୍ଷ ସମନ୍ୱୟ ସମିତି ର ଓଡିଶା କମିଟି ବୈଠକ l ସାଥୀ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ନୀତି ବିରୋଧରେ ରାଜ୍ୟରେ କୃଷକ ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l 14 ଅକ୍ଟୋବର ରେ ଏମ.ଏସ.ପି.(କୃଷିଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ )ଅଧିକାର ଦିବସ ସାରା ରାଜ୍ୟରେ ବ୍ଲକ / ପ୍ରାଥମିକ ସମବାୟ ସମିତି / ପଞ୍ଚାୟତ ଅଫିସ ସମ୍ମୁଖରେ ପାଳନ କରାଯିବl, ଅକ୍ଟୋବର 21 ତାରିଖରେ ରେ ଭୁବନେଶ୍ୱର ୟୁନିଟ -6 ସ୍ଥିତ ନେତାଜୀ ଭବନ ଠାରେ କୃଷକ ପ୍ରତିନିଧି ମାନଙ୍କର ରାଜ୍ୟସ୍ତରୀୟ କନଭେନସନ ଅନୁଷ୍ଠିତ ହେବ, ନଭେମ୍ବର 26-27 ଦିଲ୍ଲୀ ଚଲୋ ଏବଂ ଦେଶ ବ୍ୟାପୀ କୃଷକ-ଶ୍ରମିକ ଧର୍ମଘଟ ରେ ସାମିଲ ହେବା ସମେତ କୃଷକ ପରିବାର ର ଘର ସମ୍ମୁଖରେ ପୋଷ୍ଟରିଙ୍ଗ, ଗ୍ରାମ ସଭା, ପଞ୍ଚାୟତସ୍ତରୀୟ କୃଷକ ବୈଠକ ମାନ ସଂଗଠିତ କରିବା ପାଇଁ ଆଜିର ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି l ଆଜିକାର ଏହି ବୈଠକ ରେ ସର୍ବସାଥୀ ସୁରେଶ ପାଣିଗ୍ରାହୀ, ଅନିରୁଦ୍ଧ ମଲ୍ଲିକ, କୃଷ୍ଣ ଚନ୍ଦ୍ର ରାଉତ, ଅଶୋକ ପ୍ରଧାନ,ଶ୍ରୀକାନ୍ତ ମହାନ୍ତି, ନରେନ୍ଦ୍ର ମହାନ୍ତି, ମହେନ୍ଦ୍ର ପରିଡା, ସନାତନ ପାତ୍ର, ଆଲୋକ ମହାପାତ୍ର, ବିନୋଦ ମହାପାତ୍ର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l 12 ଦଫା ଦାବୀ ସମେତ ଅନ୍ୟାନ୍ୟ କୃଷକ ଓ କୃଷିଜୀବିଙ୍କ ସମସ୍ୟାର ସମାଧାନ ଦାବିରେ ଏହି ଆନ୍ଦୋଳନ କୁ ତୀବ୍ରତର କରିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି l

Comments (0)
Add Comment