କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀଙ୍କ ପୋଲସରା ଗସ୍ତ।

ପୋଲସରା ୦୬/୦୭(ପିପିଟି): କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍ ଆଜି ଦିନିକିଆ ପୋଲସରା ଗସ୍ତ ରେ ଆସିଥିଲେ। ଶ୍ରୀମତୀ ଜର୍ଦ୍ଦୋସ୍ ଆଜି ପୋଲସରା ରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦଳୀୟ ନେତା ଓ କର୍ମୀ ମାନେ ଐତିହାସିକ ମାର୍ଦ୍ଦା ମନ୍ଦିର ଠାରେ ସ୍ୱାଗତ କରିଥିଲେ। ସେଠାରେ ଶ୍ରୀମତୀ ଜର୍ଦ୍ଦୋସ୍ ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରିବା ପରେ ମନ୍ଦିର ପରିସରରେ ତାରା ରୋପଣ କରିଥିଲେ। ଏହାପରେ ମଥୁରା ଅଞ୍ଚଳର ପ୍ରସ୍ତର ଓ ପିତଳ କାରିଗର ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଦଳୀୟ ନେତା ଓ କର୍ମୀ ମାନେ ଶୋଭାଯାତ୍ରାରେ ପୋଲସରା ସ୍ଥିତ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ। ପୋଲସରା କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଶ୍ରୀମତୀ ଜର୍ଦ୍ଦୋସ୍ ଦଳୀୟ ପତାକାକୁ ଉତ୍ତୋଳନ କରିବା ସହିତ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଜନ ହିତକାରୀ କାର୍ଯକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ପୋଲସରା ଓ ବୁଗୁଡ଼ା ଅଞ୍ଚଳକୁ ରେଳ ସଂଯୋଗ ବ୍ୟବସ୍ଥା କରିବା ପାଇଁ ସେ ନିଜେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇଥିବା ଏକ ବାର୍ତ୍ତା ରେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଜନ ହିତକାରୀ କାର୍ଯକ୍ରମର ନାମ ବଦଳାଇ ରାଜ୍ୟ ସରକାର ବାହାବା ନେଉଥିବାରୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଆଜିର ପୋଲସରା ଗସ୍ତ ପରେ ସ୍ଥାନୀୟ ବିଜେପି ନେତା ଓ କର୍ମୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି , ରାଜ୍ୟ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର , ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ,ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ , ଉପସଭାପତି ପ୍ରଭାକର ପଣ୍ଡା , ପ୍ରମୋଦ କୁମାର ପଣ୍ଡା , ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ , ମହେଶ ମହାନ୍ତି ,ଜୟନ୍ତୀ ପଢ଼ିହାରି, ନୀଳମଣି ବିଷୋୟୀ ,ରଞ୍ଜନ ପୋଲେଇ ,ଅରୁଣ ପଣ୍ଡା , କୃଷ୍ଣ ଚନ୍ଦ୍ର ମହାପାତ୍ର, ଅନିଲ ପଣ୍ଡା ଏବଂ ସିମାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment