ଭଞ୍ଜନଗର, ୧୭/୧୨(ପିପିଟି):ଚଳିତ ଡ଼ିସେମ୍ବର ମାସ ୨୯ ଓ ୩୦ତାରିଖ ଦୁଇ ଦିନ ଧରି ନିଖିଳ ଓଡିଶା ଆଇନଜୀବି ପରିଷଦର ୫୩ତମ ବାର୍ଷିକ ସମ୍ମିଳନୀ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଭଞ୍ଜନଗର ବାର ଆସୋସିଏସନ ତରଫରୁ ଅନୁଷ୍ଠିତ ହେବ।ପ୍ରଥମ ଥର ପାଇଁ ଭଞ୍ଜନଗର ଗସ୍ତରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥୂ ରୁପେ ଯୋଗ ଦେଇ ସମ୍ମିଳନୀର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।ଏଥିସହ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ମନ୍ତ୍ରୀ ଓ ବିଧାୟକ ଏବଂ ବିଚାରପତିମାନେ ମଧ୍ୟ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି। ସାରା ଓଡିଶାରୁ ପ୍ରାୟ ଦୁଇ ହଜାର ଆଇନଜୀବି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ଆସନ୍ତା ୨୬ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଞ୍ଜନଗର ଗସ୍ତ କାର୍ଯ୍ୟକ୍ରମ ରହିଛି। ଭଞ୍ଜନଗର ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ ଭଞ୍ଜନଗର ଓକିଲ ସଂଘର ସଦସ୍ୟମାନଙ୍କ ସହ ଏସମ୍ପର୍କରେ ଆଲୋଚନା କରିବା ସହ ଅତିଥି ଆଇନଜୀବି ମାନଙ୍କ ରହଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମେତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।ଏଥିରେ ଭଞ୍ଜନଗର ବାର ଆସୋସିଏସନର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ ସମେତ ଓକିଲ ସଂଘ ର ବହୁ ସଦସ୍ୟ ଉପସ୍ଥିତ ଥୂଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)