କେନ୍ଦ୍ରୀୟ ବିଦ୍ୟାଳୟରେ ଶୋକସଭା ।

ଆସିକା,୧୩/୧୦(ପିପିଟି): ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ ଲେଙ୍କାକ ଗତ ୦୯ ଅକ୍ଟୋବର ୨୦୨୨ ରେ ଆକସ୍ମିକ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖାରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଏକମାତ୍ର ପୁଅ ଆଶୁତୋଷଙ୍କ ଉତ୍ତମ ବ୍ୟବହାର ଓ ପ୍ରସନ୍ନିତ ଚେହେରା ଯୋଗୁଁ ସେ ସମସ୍ତଙ୍କ ଅତି ପ୍ରିୟ ଥିଲା କିନ୍ତୁ ନବନିର୍ମିତ କୋଠାକୁ ପ୍ରବେଶ କରିବା ପାଇଁ ସେ ଅତ୍ୟନ୍ତ ଉତ୍ସାହିତ ଥିଲେ କିନ୍ତୁ ବିଡ଼ମ୍ବନାର ବିଷୟ ଗତ ୯ ତାରିଖରେ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ନବନିର୍ମିତ କୋଠାରେ ଆଜି ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ଆଶୁତୋଷଙ୍କ ଅନୁପସ୍ଥିତି ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଗଭୀର ଆଘାତ ପ୍ରଦାନ କରିଥିଲା। ନବନିର୍ମିତ କୋଠାରେ ପ୍ରଥମ ଦିବସର ସମସ୍ତଙ୍କ ମନରେ ଯେତିକି ଖୁସି ଥିଲା, ତାଠାରୁ ଦୁଃଖ ଅଧିକ ଥିଲା । ସେଥିପାଇଁ ଆଶୁତୋଷ ପାଇଁ ଶୋକ ସଭା ଆୟୋଜନ କରାଯାଇଥିଲା ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଏହି ଶୋକସଭାରେ ପ୍ରିନସିପାଲ ଏସ୍ କେ ମହାରାଜ, ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା, ଭବାନୀ ଶଙ୍କର ମହାନ୍ତି, ବିଦ୍ୟୂତପ୍ରଭା ଗୌଡ, ସୁବ୍ରତ କୁମାର ସେଠୀ,ପି ନାରାୟଣ, କୁନିଲତା ପାଣିଗ୍ରାହୀ, ସୁଚିତ୍ରା ପାଣିଗ୍ରାହୀ, ପଦ୍ମଜା ତ୍ରିପାଠୀ, ଅମିୟ ରଞ୍ଜନ ସାବତ, ମିଥୁନ ସ୍ବାଇଁ, ସ୍ବାତୀ ସୁଚରିତା, ତନବି ତ୍ୟାଗୀ, କ୍ରୀଡା ଶିକ୍ଷକ ସ୍ମୃତି ପାତ୍ର, କ୍ୟାପଟେନ ଚିରସ୍ମିତା କାମ୍ପ, ଭାଇସ କ୍ୟାପଟେନ ଆତ୍ମନ ମହାରଣା, ଅଶୋକ ହାଉସ୍ କ୍ୟାପଟେନ ତାନିଆ, ଜୀବନ ଜ୍ୟୋତି ପ୍ରଧାନ, ସୁଭାଷ ବୋଷ କ୍ୟାପଟେନ ଟୁଇଙ୍କଲ ପଟ୍ଟନାୟକ, ହୃଦୟାନନ୍ଦ ପଟ୍ଟନାୟକ, ଟେଗୋର ହାଉସ୍ ସାଇନା ଶତପଥୀ, ଦୁର୍ଲ୍ଲଭ ଶିବାସିଷ ନାୟକ, ରମନ ହାଉସ୍ ଏ ପୂର୍ଣ୍ଣିମା ଆଚାରୀ, ଦେବାଶିଷ ନାହକ, ସ୍ପୋର୍ଟସ କ୍ୟାପଟେନ ଅନୁଶ୍ରୀ ସେଠୀ ଓ ଅମିତ୍ କୁମାର ଗୈାଡ, ସି ସି ଏ କ୍ୟାପଟେନ ସ୍ମୃତି ରେଖା ମହାନ୍ତି ଓ ୟସରାଜ ପ୍ରଧାନଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments (0)
Add Comment