କେନ୍ଦ୍ରାପଡାରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ହଇରାଣ ।

କେନ୍ଦ୍ରାପଡା,୧୬/୦୩(ପିପିଟି);କେନ୍ଦ୍ରାପଡା ଏକ ଗ୍ରାମ ବହୁଳ ଜିଲ୍ଲା ହୋଇଥିବାରୁ ଲୋକମାନଙ୍କ ପାଖରେ ଅନ୍ୟକ ଖବର ସବୁସମୟରେ ପହଞ୍ଚି ପାରି ନଥାଏ। ଯାହା ଫଳରେ ଆଜିର ଏ ବ୍ୟାଙ୍କ ବନ୍ଦ ବା ଧର୍ମଘଟ ଲୋକମାନଙ୍କ ଉପରେ ବହୁ ମାତ୍ରରେ ପ୍ରଭାବ ପକାଇଛି।ୟୁନାଇଟେଡ ଫୋରମ ଅଫ୍ ୟୁନିଅନ ପକ୍ଷରୁ ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମୁଖିନ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କ ସ୍ୱଥ ଏବେ ସେମାନଙ୍କ ସୁବିଧା ପାଇଁ ଧର୍ମଘଟ ଡାକରା ଲୋକମାନଙ୍କ ସ୍ଵର୍ଥକୁ ଯେ ବଳି ପକାଉଛି ଏହା ସରକାର ଜାଣିବା ଉଚିତ। ପ୍ରତି ବର୍ଷ ଦୁଇ ତିନି ଥର ଏହି ବନ୍ଦ ବା ଧର୍ମଘଟ ହେବ ଯୋଗୁଁ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ଵ ହାନି ହେଉଛି । ପଟ୍ଟାମୁଣ୍ଡାଇ ରାଜନଗର ଆଳି ମହାକାଳପଡା କଣ୍ଟାବନ ଆଦି ସ୍ଥାନ ମାନଙ୍କରେ ଲୋକମାନେ ବ୍ୟାଙ୍କ ସାମ୍ମୁଖରେ ବସିଥିବାର ନଜିର ଆସିଛି।ତେଣୁ ସରକାର ଆଉ ବ୍ୟାଙ୍କ ଭିତରେ ଲାଗିଥିବା କଳିରେ ସାଧାରଣ ଲୋକ ଯେମିତି ଅସୁବିଧା ସମୁଖୀନ ନ ହୁଅନ୍ତି ସେଥି ପ୍ରତି ସରକାର ଦୁଷ୍ଟି ଦେବା ପାଇଁ ସାଧରଣରେ ଦାବି ହେଉଛି।
(ରିପୋର୍ଟ- ରବୀନ୍ଦ୍ର କୁମାର ପାତ୍ର ।)

Comments (0)
Add Comment