କେନ୍ଦ୍ରାପଡାରେ ଟ୍ରାଫିକ ସମସ୍ୟା ।

କେନ୍ଦ୍ରାପଡା,୧୨/୦୨(ପିପିଟି); କେନ୍ଦ୍ରାପଡା ସହରର ଟ୍ରାଫିକ ଵ୍ୟଵସ୍ଥାକୁ ଆହୁରି କଡାକଡି କରାଯିବ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।ତିନିମୁହାଣୀ ର ଟ୍ରାଫିକ ଵ୍ୟଵସ୍ଥାକୁ ସକାଳ ଆଠଟା ରୁ ରାତି ନଅ ଟା ଯାଏ କରାଯିବା ପାଇଁ ବହୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇ ଆସୁଛି। ଏହି ଛକଟି କେନ୍ଦ୍ରାପର ସହରର ଏକ ପ୍ରମୁଖ ଏବଂ ଜନଗହଳି ପୁନଃ ଛକ ଅଟେ। ଏହି ଛକ ଦେଇ ପଟ୍ଟାମୁଣ୍ଡାଇ ରାଜନଗର ଆଳି ନିକିରାଇ କୁ ଦିନକୁ ହଜାର ହଜାର ବସ, ଟ୍ରକ, କାର, ମଟର ସାଇକେଲ ଆଦି ଯାତାୟାତ କରି ଥାଏ। କେନ୍ଦ୍ରାପଡା ସହରକୁ ଯାତାୟାତ ପାଇଁ ହଜାର ହଜାର ଲୋକ ଏହି ଛକ ଦେଇ ଯାତାୟାତ କରୁ ଥିବା ବେଳେ ଏହି ଛକର ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ଜୋରଦାର କରିଯିବାର ଆବଶ୍ୟକତା ଅଛି। କେବଳ ଏହି ଛକ ନୁହେଁ ଏହି ଛକ ସମେତ ଦୁହୁରିଆ ,ଗରାପୁର ଆଦି ସ୍ଥାନ ମାନଙ୍କରେ ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବାର ଆବଶ୍ୟକତା ଅଛି। ନ ହେଲେ ଆଗାମୀ ଦିନ ମାନଙ୍କରେ ଛୋଟ ଛୋଟ ଦୁର୍ଘଟଣା ମାନ
ବୃଦ୍ଧି ପାଇବା ସହିତ ମୃତୁ ସଖ୍ୟ ବୃଦ୍ଧି ପାଇବ।

(ରିପୋର୍ଟ- ରବୀନ୍ଦ୍ର କୁମାର ପାତ୍ର। )

Comments (0)
Add Comment