କେନ୍ଦୁବାଡିରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ।

ପୋଲସରା ,୧୩/୦୪(ପିପିଟି) : ପୋଲସରା ବ୍ଲକର କେନ୍ଦୁବାଡି ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଡିଓ ସୋନମ୍ ବେହେରା, ସରପଞ୍ଚ ରମା ସ୍ବାଇଁ,ସମିତି ସଭ୍ୟ ନରେନ୍ଦ୍ର ସ୍ବାଇଁ ଯୋଗଦେଇ ସମସ୍ତଙ୍କର ଅଭିଯୋଗ ଗ୍ରହଣ କରି ଥିଲେ। ଏହି ଅବସରରେ ମୋଟ୍ ୧୬ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୩ ଜଣଙ୍କୁ ଖାଉଟି କାର୍ଡ ୬ ଜଣଙ୍କୁ ଭତ୍ତା,୩ ଜଣଙ୍କୁ ଘରପଟ୍ଟା ଦିଆଯାଇଥିଲା।ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରିପାଠୀ,ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ବନପାଳ କାର୍ତ୍ତିକ ସାହୁ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହ୍ରିତିକ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ,ଏଡିଓ ରଶ୍ମିତା କୁମାରୀ ନାୟକ ପ୍ରମୁଖଙ୍କ ସମେତ ଅଙ୍ଗନବାଡ଼ି ,ଆଶାକର୍ମୀ ଓ ଏସ ଏଚ ଜି ଗୃପର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଓଡ଼ିଶା ପକ୍ଷ ୨୦୨୬ ନେଇ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ବାରା “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ରକମର ପିଠାପଣା ପ୍ରସ୍ତୁତ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment