କେନ୍ଦୁଝର,୦୫/୦୮:ଓସଡ଼ମା ସହଯୋଗ ରେ କେନ୍ଦୁଝର ଆପତକାଳୀନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଦୁଇଦିନିଆ ପଞ୍ଚାୟତ ଏକଜିକ୍ୟୁ ଟିଭ ଅଫିସରଙ୍କ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର ଆୟୋଜିତ ହୋଇଛି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଇଓ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ବିପର୍ଯ୍ୟୟ ସମୟରେ ଶୂନ୍ୟ ସହନଶୀଳତା,ଶୂନ୍ୟ ଜୀବନହାନି ନୀତି ଅନୁଯାୟୀ କାର୍ଯ୍ୟ କରିବାକୁ ହେଲେ ସ୍ୱତନ୍ତ୍ର ତାଲିମ ନେଇ କ୍ଷେତ୍ରରେ ଏହାର ସୁବିନିଯୋଗ କରିବାକୁ ପଡିବ, ଏହା ଦ୍ୱାରା ବିପର୍ଯୟ ଯୋଗୁଁ ଅନେକ ଧନଜୀବନ ରକ୍ଷା କରାଯାଇପାରିବ, ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ନାଏକ କହିଲେ ଯେ ଏହି ତାଲିମ ଦ୍ୱାରା ଅନେକ ଅନାଲୋଚିତ ଜ୍ଞାନ ଆହରଣ କରାଯାଇ କ୍ଷେତ୍ର ସ୍ତରରେ ଲୋକଙ୍କ ହିତରେ ଉପଯୋଗ କରାଯାଇପାରିବ, ଜିଲ୍ଲା ରେଡ଼କ୍ରସ ଯୁଗ୍ମସମ୍ପାଦକ ତଥା ଜାତୀୟସ୍ତରୀୟ ମାଷ୍ଟର ତାଲିମ ଦାତା ଏ ଆର ଖାନ ସ୍ୱାଗତ ସମ୍ଭାଷଣ ପ୍ରଦାନକରି ଆଜିର ତାଲିମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଇଜାଜ ଇକବାଲ ସମସ୍ତ ପିଇଓଙ୍କୁ ସ୍ୱାଗତ କରି ଡିଜାଷ୍ଟର ସମ୍ପର୍କ ରେ ବିସ୍ତୃତ ବ୍ୟାଖ୍ୟା କରିବା ସହିତ ଏହାକୁ କିପରି କାର୍ଯ୍ୟରେ ଲଗାଯାଇପାରିବ ତଥ୍ୟ ପ୍ରଦାନ କରିଥିଲେ,ଏହି ଦୁଇ ଦିନିଆ ତାଲିମ ଶିବିରରେ ଶତାବନ ଜଣ ପିଇଓ ଙ୍କୁ ମାଷ୍ଟର ଟ୍ରେନର ରଞ୍ଜନ ପଟ୍ଟନାୟକ, କେଦାରନାଥ ଆରୁକ, ଡକ୍ଟର ମହାରଣା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ତାଲିମ ପ୍ରଦାନ କରିଥିଲେ, ଝସକେତନ ମହାନ୍ତ, ସେକ ମହମ୍ମସ ସହନାୱାଜ, ସନ୍ଦୀପ ପଟନାୟକ, ମାନସ ସେଠୀ,ସସ୍ମିତାରାଣୀ ଧର, ଶିବିର ପରିଚାଳନା କରିଥିଲେ ।