କେନାଲ ଭାଙ୍ଗି ଧାନ ବିଲରେ ଜଳ ପ୍ରବେଶ ୩୦ ଏକର ପାଚିଲା ଧାନ‌ ନଷ୍ଟ ।

ମାଲକାନଗିରି,୧୦/୧୨(ପିପିଟି):ମାଲକାନଗିରି ସଦର ମହକୁମା ଠାରୁ ଅନତି ଦୂରରେ ଥିବା ଗୌଡଗୁଡା ନିକଟସ୍ଥ ଗରେଇଗୁଡା ଜମି ରେ କେନାଲ ଭାଙ୍ଗି ପାଣି ପଶିଯିବା ଯୋଗୁଁ ପ୍ରାୟ ୩୦ ଏକରରୁ ଅଧିକା ଜମିରେ ଜଳ ମଗ୍ନ ହୋଇ ପାଚିଲା ଧାନ ସବୁ ବୁଡ଼ି ଯାଇଛି । କିଛି ଚାଷୀ ଆଜି ଧାନ କାଟିବା ଲାଗି ଯାଇଥିବା ବେଳେ ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ଫଳରେ ପାଚିଲା ଧାନ ବହୁତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ କେନାଲ ଜଳକୁ ତୁରନ୍ତ ବନ୍ଦ କରିବାକୁ ଚାଷୀମାନେ ଦାବୀ କରିଛନ୍ତି। ପୂର୍ବରୁ ବର୍ଷା ଯୋଗୁଁ
ପାଚିଲା ଧାନ ନଷ୍ଟ ହୋଇଥିବା ବେଳେ ଆଜି କେଲା ପାଣି ପଶି ଧାନ ନଷ୍ଟ ହୋଇଥିବା ଆଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏହାର ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଦୃଢ଼ ଦାବି କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment