କେଡିବି ୧୯୯୬ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ।

ପୋଲସରା ,୩୦/୦୭(ପିପିଟି): ପୋଲସରା ବ୍ଲକ ବେଲଗାଁ ପଞ୍ଚାୟତ କନକଦୁର୍ଗା ବିଦ୍ୟାପୀଠ , ମଧୁସୂଦନପୁରର ୧୯୯୬ ମାଟ୍ରିକ୍ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଗୋପାଳପୁର ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପାତ୍ର, ହିନ୍ଦି ଶିକ୍ଷକ ବିକ୍ରମ ମହାରଣା, ଲିଙ୍ଗରାଜ ନାୟକ, ଦୂର୍ଗା ପ୍ରସାଦ ରଥ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରମେଶ ଚନ୍ଦ୍ର ସାହୁ, ରବୀନ୍ଦ୍ରନାଥ ଆଚାର୍ଯ୍ୟ, ଶିକ୍ଷକ ନାରାୟଣ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ବର୍ତ୍ତମାନ କାର୍ଯ୍ୟରତ କ୍ରୀଡା, ଶିକ୍ଷକ ପ୍ରହଲ୍ଲାଦ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।

ଏହି ଅବସରରେ ନିଜର ପ୍ରୀୟ ଗୁରୁଜୀ ଏବଂ ସମ୍ମାନସ୍ପଦ କର୍ମଚାରୀଙ୍କୁ ଛାତ୍ରଛାତ୍ରୀମାନେ ଭକ୍ତିପୂତ ପୁଷ୍ପମାଲ୍ୟାର୍ପଣ, ଉତ୍ତରୀୟ ପ୍ରଦାନ କରିବା ସହିତ ଚରଣାଶୀର୍ବାଦ ଘେନୀ ନିଜର ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଯୁଗ ଯୁଗରୁ ରହି ଆସିଥିବା ପରମ୍ପରାର ପ୍ରତୀକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ଗୁରୁମାନେ ମଧ୍ୟ ନିଜର ପ୍ରୀୟ ଛାତ୍ରଛାତ୍ରୀଙ୍କ ଏଭଳି ସମ୍ମାନ ଲାଭ କରି ସେମାନଙ୍କର ଭବିଷ୍ୟତ ଉଜ୍ଜଳ ସହିତ ଉତ୍ତରୋତ୍ତର ଶୁଭକାମନା ସ୍ବରୂପ ଆର୍ଶୀବଚନ ପ୍ରଦାନ କରିଥିଲେ। ପରେ ଦୀର୍ଘଦିନ ପରେ ଅନୁଷ୍ଠିତ ବନ୍ଧୁ ମିଳନର ସମସ୍ତ ଛାତ୍ରଛାତ୍ରୀମାନେ ନିଜ ନିଜର ଜ୍ଞାନଦାତା ଗୁରୁମାନଙ୍କ ସହଯୋଗରେ ପରଷ୍ପର ମଧ୍ୟରେ ଭାବ ବିନିମୟ ମାଧ୍ୟମରେ ଅଭୁଲା ସ୍ମୃତି ସାଉଁଟିଥିଲେ ଏବଂ ନାଚ ଗୀତ ହସ ଖୁସିରେ ମସଗୁଲ ହୋଇ ଏକ ସ୍ମରଣ ଦିବସ ପାଳନ କରିଥିଲେ। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ବ୍ୟାଚର ସୁଧା°ଶୁ ଶେଖର ନନ୍ଦ, ରାଜୀବ କୁମାର ଶତପଥୀ, ଅରୁଣ କୁମାର ମିଶ୍ର, ସତ୍ୟବ୍ରତ ମିଶ୍ର, ଦେବବ୍ରତ ମିଶ୍ର, ରଞ୍ଜିତ କୁମାର ସାହୁ, ଚିନ୍ତାମଣି ସାହୁ, ଗୋପବନ୍ଧୁ ସାହୁ, ମୁକେଶ ଚନ୍ଦ୍ର ସାହୁ, ରବୀନ୍ଦ୍ରନାଥ ସାହୁ, କୃଷ୍ଣ ଚନ୍ଦ୍ର ନନ୍ଦ, ବିଦେଶୀ ସାହୁ, ମନୋଜ କୁମାର ଖଟୁଆ, ନରେନ୍ଦ୍ର ସାହୁ, ରମାକାନ୍ତ ପ୍ରଧାନ, ଅବନୀ ସାହୁ, ଶିବ ଶଙ୍କର ନାୟକ, ବାବୁ ସାହୁ, ମଧୁସ୍ମିତା ମହାନ୍ତି, ନିବେଦିତା ପଣ୍ଡା, ଭାରତୀ ପାତ୍ର ଓ ବନଜା ବରାଡ ପ୍ରମୁଖ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଶେଷରେ ବ୍ୟାଚ ତରଫରୁ ଉପସ୍ଥିତ ଗୁରୁମାନଙ୍କୁ କରପତ୍ର ଯୋଡ଼ ପୂର୍ବକ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ସେମାନଙ୍କ ବର୍ତ୍ତମାନ ସମୟ ନିରାମୟ ଏବଂ ସୁଖ ଶାନ୍ତିରେ ଅତିବାହିତ ହେବାକୁ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରାଯାଇ ଏହି ଶିକ୍ଷାପ୍ରଦ ମିଳନ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment