ବାଲିଆପାଳ,୦୨/୧୦:କୄଷି ଉତ୍ପାଦନର ସୁଲଭ ବିକ୍ରିବଟା ନିମନ୍ତେ କୃଷକ ଉତ୍ପାଦକ ସଂଗଠନର ଭୂମିକା ମହତପୂର୍ଣ୍ଣ ଅଟେ । ତେଣୁ ଭାରତ ଏବଂ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି । ଏହି ପ୍ରରିପ୍ରେକ୍ଷୀରେକୃଷି ବିଜ୍ଞାନ କେନ୍ଦ୍ର,ବାଲେଶ୍ବର ଦ୍ବାରା ସ୍ଥାନୀୟ ଶୁଭମ୍ ହୋଟେଲ ପରିସରରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ କୃଷକ ଉତ୍ପାଦକ ସଂଗଠନର ସଭ୍ୟସଭ୍ୟା ମାନଙ୍କୁ ନେଇ ଏକ କର୍ମଶାଳା ଗତକାଲି ମଙ୍ଗଳବାର ଆୟୋଜନ କରାଯାଇଥିଲା । ଉକ୍ତ କର୍ମଶାଳାରେ ବାଲିଆପାଳ ଓ ଭୋଗରାଇର ୪ଟି କୃଷକ ଉତ୍ପାଦକ ସଂଗଠନର ଶହେରୁ ଉର୍ଦ୍ଧ୍ବ ଚାଷୀ ଯୋଗଦେଇଥିଲେ । ନାବାର୍ଡ ବାଲେଶ୍ବରଙ୍କ ସହାୟତାରେ ଗଠିତ ଏହି ସଂଗଠନ ଗୁଡିକ କାର୍ଯ୍ଯକ୍ଷମ ଅଛନ୍ତି । ଏହି କାର୍ଯ୍ଯକ୍ରମରେ ନାବାର୍ଡର ଡିଜିଏମ୍ ତାପସ ରଂଜନ ପ୍ରଧାନ କୄଷକ ଉତ୍ପାଦକ ସଂଗଠନର ଆବଶ୍ୟକତା ଓ ଭବିଷ୍ୟତ ବିଷୟରେ ବିସ୍ତୁତ ଭାବେ ଚାଷୀମାନଙ୍କୁ ବୁଝାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ.ସ୍ବାଗତିକା ସାହୁ ଏହି କାର୍ଯ୍ଯକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବୈଜ୍ଞାନିକ ଡ.କମଳାକାନ୍ତ ବେହେରା କୄଷକ ଉତ୍ପାଦକ ସଂଗଠନ ଗଠନ ବିଷୟରେ ସଚେତନ କରାଇଥିଲେ । ବୈଜ୍ଞାନିକ ଡ. ଅମିତା ରାଣୀ ପାତ୍ର ଉତ୍ପାଦିତ କୃଷି ସାମଗ୍ରୀରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ ଗୁରୁତ୍ବ ଦେବା ପାଇଁ ଏହି ସଂଗଠନ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ଏଲ୍ ଡିଏମ୍ ବାଲେଶ୍ବରଙ୍କ ପ୍ରତିନିଧି ମୁକ୍ତି ସାହା ,ବ୍ୟାଙ୍କ ସାକ୍ଷରତା କାର୍ଯ୍ଯକ୍ରମ ଅଧିକାରୀ ଗୟାନିଧି ମିଶ୍ର ଯୋଗଦେଇ ବ୍ୟାଙ୍କ୍ ର ସହାୟତା ବିଷୟରେ ବୁଝାଇଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ କୃଷକ ଉତ୍ପାଦକ ସଂଗଠନରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ । ବୈଜ୍ଞାନିକ ଡ. ପ୍ରଭା ମଞ୍ଜରୀ ଗିରି,ନୀରୋଜ କୁମାର ଜେନା ପ୍ରାକୄତିକ ଏବଂ ଜୈବିକ କୃଷି ମାଧ୍ୟମରେ ଉତ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ । ଦରିଦ୍ର ନାରାୟଣ କୃଷକ ଉତ୍ପାଦକ ସଂଗଠନର ସଭାପତି ବ୍ରଜଗୋପାଳ ଦାସ ଅଧିକାରୀ ,ସଭ୍ୟା ସବିତା ପାତ୍ର,ଭୋଗରାଇ କୃଷକ ଉତ୍ପାଦକ ସଂଗଠନର ସିଇଓ ଶ୍ରୀନିବାସ ସାହୁ ,ସୁବର୍ଣ୍ଣରେଖା କୄଷକ ଉତ୍ପାଦକ ସଂଗଠନ, ବାଲିଆପାଳର ସଭାପତି ନବ କିଶୋର ଦାସ,ନୀଳଚକ୍ର କୄଷକ ଉତ୍ପାଦକ ସଂଗଠନ, ବାଲିଆପାଳର ସଭାପତି ରବୀନ୍ଦ୍ର କୁମାର ପ୍ରଧାନ ନିଜ ନିଜ ସଂଗଠନର କାର୍ଯ୍ଯକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ ।କୄଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ରଘୁନାଥ ସୋରେନ୍ ,ଲକ୍ଷ୍ମୀକାନ୍ତ ମୁର୍ମୁ,ପ୍ରଦୀପ୍ତ ବିଶ୍ବାଳ ପ୍ରମୁଖ ଉକ୍ତ କାର୍ଯ୍ଯକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।