କୃଷି ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ କପାଚାଷ ତାଲିମ ଶିବିର ।

ଉଲୁଣ୍ଡା,୩୦/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା,ବଡ଼ଖମାର,ମୁଣ୍ଡିଦମକ ଓ ଫୁଲଚରା ଗ୍ରାମରେ ବିରମହରାଜପୁର କୃଷିବିଭାଗ ପକ୍ଷରୁ କପାର ଅମଳ ଓ ତା ପରର ଯତ୍ନ ସମ୍ପର୍କରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବିରମହରାଜପୁର ବ୍ଲକ ସହକାରୀ କୃଷି ଅଧିକାରୀ କାଳନ୍ଦୀ ପରିଡା,ତୁଷାରକାନ୍ତ ସାହୁ,ଲଳିତ ସାହୁ,ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏଥିରେ କୃଷି ସହାୟକ ପ୍ରତୀକ ସେଠି,ଭିଏଡ଼ବ୍ଲ୍ୟୁ ଭରତ କୁମ୍ଭାର,ମନୋଜ କୁମାର ଅମାତଙ୍କ ସମେତ ସ୍ଥାନୀୟ କୃଷକସାଥୀ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment