କୃଷି ବିଭାଗ ଅଧିକାରୀଙ୍କ ଦ୍ଵାରା ଅଧିକ ଅମଳ କ୍ଷମ ଧାନର ମୂଲ୍ୟାୟନ ।

ବେଲଗୁଣ୍ଠା,୦୧/୧୨(ପିପିଟି) : ଓଡିଶା ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଓଇପିକ୍ରା ପରିକଳ୍ପନା, ଆନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଇରି) ଏବଂ ସହଯୋଗୀ ଅନୁଷ୍ଠାନ ‘’ନିର୍ଦ୍ଦେଶ’’ ସହଯୋଗରେ ଚାଲିଥିବା ‘’୧୬ ପ୍ରକାର ହାଇବ୍ରିଡ ଧାନ ର ମୁଲ୍ୟାୟନ’’ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କୃଷି ଅଧିକାରୀଙ୍କ କୃଷି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି । ‘’ଇରି’’ ଭୁବନେଶ୍ଵର କୃଷି ଅନୁସନ୍ଧାନ ଏବଂ ବିକାଶ ଅଧିକାରୀ ଗିରିଜା ପ୍ରସାଦ ସ୍ଵାଇଁଙ୍କ ପୌରୋହିତ୍ୟ ରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ଶଶିଭୂଷଣ ସେନାପତି ଯୋଗ ଦେବା ସହିତ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଟ ବୈଜ୍ଞାନିକ ଏବଂ ମୁଖ୍ୟ ଡକ୍ଟର ଶାନ୍ତନୁ ଶତପଥୀ, ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ, ସହାୟକ କୃଷି ଅଧିକାରୀ ଯୋଗମାୟା ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ , ସହାୟକ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝି, ଓଡିଶା ବିହନ ନିଗମ, ଆସ୍କା ପରିଚାଳକ ପ୍ରଦୀପ୍ତ ନାରାୟଣ ପଟ୍ଟନାୟକ, ଓଇପିକ୍ରା ମଣ୍ଡଳ-୨ ର ଦଳମୁଖ୍ୟ ସାରଦା ପ୍ରସାଦ ଖୁଣ୍ଟିଆ ଓ ସହ କର୍ମୀ, ଏସ.ଏଚ.ଜି ସଦସ୍ୟା, ଅଗ୍ରଣୀ କୃଷକ, ବିହନ ବିକ୍ରେତା ଡିଲର, ଏନ.ଜି.ଓ ‘’ନିର୍ଦ୍ଦେଶ’’ ନିର୍ଦ୍ଦେଶକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରଥମେ ବେଲଗୁଣ୍ଠା ବ୍ଲକର ଆମ୍ବପୁଆର ଚାନ୍ଦି ବନ୍ଧ କ୍ଷୁଦ୍ର ଜଳ ସେଚନ ଅଧୀନରେ ଥିବା ଭେରିଏଟାଲ୍ କାଫେରିଆରେ ୧୬ ଟି ଅଧିକ ଅମଳ କ୍ଷମ ଧାନ କିସମ ପ୍ରଦର୍ଶନ କରାଯାଇଥିବା ଜମିକୁ ବୁଲି ଦେଖିବା ପାଇଁ ସମସ୍ତ ଅତିଥି ଯାଇଥିଲେ ଗିରିଜା ପ୍ରସାଦ ସ୍ଵାଇଁ ଧାନର ପ୍ରକାର, ଅବଧି ବିଷୟରେ ବୁଝାଇବା ପରେ ଏହାର ବିଭିନ୍ନ ଦିଗରୁ ବିଭିନ୍ନ ପ୍ରକାରର ମୂଲ୍ୟାୟନ କରାଯାଇଥିଲା । ଉପସ୍ଥିତ ଅଧିକାରୀ ବଜାର ଚାହିଦା ହେତୁ ୧୪୦ ଦିନର ଅବଧିର ସରୁ ଧାନ ଚୟନ କରିଥିଲେ । ୧୩୦ ରୁ ୧୫୦ ଦିନ ମଧ୍ୟରେ ଧାନ ଯଥା ରାଜେନ୍ଦ୍ର ମହେଶ୍ଵରୀ, ସବୋର ହିରା, ସ୍ଵର୍ଣ୍ଣ ସମୃଦ୍ଧି, ସି.ଜି. ଦେବଭୋଗ, ଏନ.ଏଲ.ଆର- ୪୦୦୧ ଏବଂ ରଣଜିତ୍ ସବ୍ -୧ ଏହି ପ୍ରକାର ଧାନ ସମସ୍ତ ଜମି ନିମନ୍ତେ ପ୍ରଯୁର୍ଜ୍ୟ ଥିବା ମତ ପ୍ରକାଶ କରିଥିଲେ । ଅପରାହ୍ନ ରେ ବେଲଗୁଣ୍ଠାର ତନରଡା ସ୍ଥିତ ବ୍ଲକ କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ବିଷୟ ଆଲୋଚନା କରାଯାଇଥିଲା । ଏଥିସହ ବେଲଗୁଣ୍ଠା ଏବଂ ଜଗନ୍ନାଥ ପ୍ରସାଦ ଠାରେ ଥିବା ୧୦ ଗୋଟି କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ଚାଷୀଙ୍କୁ ରବି ଓ ଖରିଫ ଫସଲ ନିମନ୍ତେ ‘’ଇରି’’ ଏବଂ ଓଡିଶା ସରକାରଙ୍କ ତରଫରୁ ବିହନ ଯୋଗାଇ ଦିଆ ଯାଉଥିବା ଗିରିଜା ପ୍ରସାଦ ସ୍ଵାଇଁ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସେନାପତି ଚାଷୀଙ୍କୁ ଉତ୍ସାହିତ କରି କହିଥିଲେ ଆଗାମୀ ଋତୁ ରେ ଏହି ପ୍ରକାର ଧାନ ଚାଷ କରି ଅମଳ କରିବା ନିମନ୍ତେ । ଏଥିରେ ରୋଗ ପୋକ ନଥାଇ ଅଧିକ ଅମଳ ହେଉଥିବା ପ୍ରକାଶ କରିଥିଲେ। । ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁଙ୍କ ବକ୍ତବ୍ୟ ରେ ‘’ଇରି’’ ତରଫରୁ ଏଠାରେ ୧୬ ପ୍ରକାର ଧାନର ପରୀକ୍ଷ। କରାଯାଇଅଛି ଗୋଟିଏ ଦୁଇଟି ବ୍ୟତୀତ ସମସ୍ତ ଧାନ ବହୁତ ଭଲ ହୋଇଥିବା ପ୍ରକାଶ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଏବଂ ମୁଖ୍ୟ ଡକ୍ଟର ଶାନ୍ତନୁ କୁମାର ଶତପଥୀ କହିଥିଲେ ଏନ.ଏଲ.ଆର- ୪୦୦୧, ଏନ.ଡି.ଆର- ୯୯୩୦୧୧, ସି.ଜି. ଦେବଭୋଗ ଏବଂ ସ୍ଵର୍ଣସମୃଦ୍ଧି ଧାନ ବହୁତ ଭଲ ଏବଂ ଏହା ଗଞ୍ଜାମ ଜିଲ୍ଲା ନିମନ୍ତେ ପ୍ରଯୁଜ୍ୟ ଥିବା ପ୍ରକାଶ କରିଥିଲେ । ଶେଷରେ ଗିରିଜା ପ୍ରସାଦ ସ୍ଵାଇଁ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଦେବା ସହିତ ଆମ୍ବପୁଆ ଗ୍ରାମର ମହିଳା ଚାଷୀ, ‘’ଇରି’’ ର କର୍ମଚାରୀ ମନୋଜ, ଶିଶିର ଏବଂ ସହଯୋଗୀ ଅନୁଷ୍ଠାନ ‘’ନିର୍ଦ୍ଦେଶ’’ ର କର୍ମଚାରୀ ରଘୁନାଥ ନାୟକ ଏବଂ ଗୋପାଳ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment