କୃଷିବିଲ୍ ୨୦୨୦ ସଂଶୋଧନ କରିବା ବିରୋଧରେ ସିପିଆଇ ତରଫରୁ ବିକ୍ଷୋଭ ପ୍ରଦର୍ଶନ।

ବୋଲଗଡ,୨୯/୦୯(ପିପିଟି); ବୋଲଗଡବ୍ଲକ ଅନ୍ତର୍ଗତ ପିଚୁକୁଳିଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତଥା କୃଷକସଭା ତରଫରୁ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଅ ଗଣତାନ୍ତ୍ରିକ କୃଷକବିରୋଧି କୃଷିବିଲ ଆଇନ ୨୦୨୦ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉକ୍ତ ବିକ୍ଷୋଭ ରେ ଶ୍ରମିକନେତା ସୁମନ୍ତ ଛୋଟ ରାୟ, ପୂର୍ବତନ ସରପଂଚ ଗୁମାନସିଂ, ସୁବଳ ରଣା, ଅଜୟ ମଙ୍ଗରାଜ, ବସନ୍ତ ସେଠି, ଗୗରୀଦେଇ ପ୍ରମୁଖ ସରକାରଙ୍କ କୃଷକଖାଉଟି ବିରୋଧୀ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରି ଥିଲେ। କୃଷିକ୍ଷେତ୍ରକୁ କରୋପେରଟର ହାତରେ ଟେକିନଦେବା। ବେସରକାରୀ ମଣ୍ଡି ବ୍ୟବସ୍ଥା ବନ୍ଦ କରିବା। ୧୯୫୫ମସିହା ର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ପରିବର୍ତ୍ତନ କରିବା। ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା। କମ୍ପାନୀ ଦ୍ୱାରା ଠିକାଚାଷ ଆଇନ୍ ବାତିଲକରିବା। ପରିବେଶକୁ ଧ୍ୱଂସ ନକରିବା। ଅଭାବୀ ସାର ବିକ୍ର ନକରିବା। ମନରେଗା ଯୋଜନାରେ କୃଷି କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯିବା ସହିତ ଦୈନିକ ଛଅ ଶହଟଙ୍କା ସହିତ ବର୍ଷକୁ ଦୁଇ ଶହଦିନ କାମଯୋଗାଇ ଦିଆଯାଉ ଆଦି ୧୨ ଦଫା ଦାବିରେ ସିପିଆଇ ଓ କୃଷକସଭାର ଶତାଧିକ ପୁରୁଷ ଏବଂ ମହିଳା ଏହି ବିକ୍ଷୋଭରେ ସାମିଲି ହୋଇଥିଲେ । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment