କୃଷକ ବିରୋଧୀ କୃଷି ଆଇନର ପ୍ରତ୍ୟାହାର ଦାବିରେ ଏଆଇଟିୟୁସି ପକ୍ଷରୁ ଭାରତ ବନ୍ଦ ପାଳନ ।

­କବିସୂର୍ଯ୍ଯ ନଗର ,୦୮/୧୨(ପିପିଟି); ମୋଦି ସରକାରର କୃଷି ଓ କୃଷକ ସର୍ବନାଶ କାରୀ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ, ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଦାୟର ମୋକଦ୍ଦମାର ପ୍ରତ୍ୟାହାର ଆଦି ଦାବିରେ ଗତ ବାର ଦିନ ଧରି ଦିଲ୍ଲୀକୁ ଘେରାଉ କରି ରଖିଥିବା ଲକ୍ଷ ଲକ୍ଷ କୃଷକଙ୍କ ସମର୍ଥନରେ ଆଜି କବିସୂର୍ଯ୍ଯ ନଗର ଠାରେ ଏଆଇଟିୟୁସି ପକ୍ଷରୁ ଭାରତ ବନ୍ଦ ପାଳନ ହୋଇଛି। ଏଆଇଟିୟୁସି ପକ୍ଷରୁ ପ୍ରବୀଣ କୁମାର ଦାଶ,ମଜିଦ୍ ଖାନ,ସନ୍ତୋଷ ନାହାକ, କୁମାର ବିଷୋୟୀ, ବାବୁଲା ନାୟକ ଓ ମୋରାଜୀ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Comments (0)
Add Comment