କୃଷକନେତା ତଥା ଅବସରପ୍ରାପ୍ତ ସୈନିକ ପୂର୍ଣ୍ଣଚନ୍ଦ୍ର ଦଳାଇ ଙ୍କ ଏକାଦଶ ବାର୍ଷିକ ସ୍ମୃତି ସମାରୋହ।

ବୋଲଗଡ,୨୦/୧୨(ପିପିଟି): ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ବିଶିଷ୍ଟ କୃଷକନେତା ତଥା ଅବସରପ୍ରାପ୍ତ ସୈନିକ ସମାଜସେବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦଳାଇ ଙ୍କ ର ଏକାଦଶ ସ୍ମୃତିଚାରଣ ସମାରୋହ ବୃନ୍ଦାବତୀ କ୍ଲବ୍ ସଭାଗୃହ ଠାରେ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଶ୍ରୀକାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଦେଉଳି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ତପନ କୁମାର ଜେନା , ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ କାଳୀଚରଣ ଜୟସିଂହ , ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସାନପଦର ସରପଞ୍ଚ ବୈକୁଣ୍ଠ ଚରଣ ସ୍ବାଇଁ ,ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ନାରାୟଣ ବଳିଆରସିଂହ ,ସମ୍ପାଦକ ଅର୍ଜୁନ ପଟ୍ଟନାୟକ, ଶିକ୍ଷକ ବିଜୟ କୁମାର ସାହୁ ,ଦୁର୍ଗାପ୍ରସାଦ ସୁବୁଦ୍ଧି , ଅଜୟ କୁମାର ମଙ୍ଗରାଜ,ବିଜୟ କୁମାର ଗୁମାନସିଂହ,ସନ୍ତୋଷ ମହାପାତ୍ର, ଭାଗିରଥି ପରିମାଣିକ ପ୍ରମୁଖ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ଓ ବୃନ୍ଦାବତୀ କ୍ଳବ୍ ର ସମସ୍ତ ସଭ୍ୟ ମାନେ ପରିଚାଳନା କରିଥିବାବେଳେ ପୁତ୍ର ତଥା ଆବାହକ ସୁନୀଲ କୁମାର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ରାସୋଳ, ବାୟାପଲ୍ଲୀ,ସାନପଦର ଗ୍ରାମ କୁ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment