ବୋଲଗଡ,୨୦/୧୨(ପିପିଟି): ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ବିଶିଷ୍ଟ କୃଷକନେତା ତଥା ଅବସରପ୍ରାପ୍ତ ସୈନିକ ସମାଜସେବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦଳାଇ ଙ୍କ ର ଏକାଦଶ ସ୍ମୃତିଚାରଣ ସମାରୋହ ବୃନ୍ଦାବତୀ କ୍ଲବ୍ ସଭାଗୃହ ଠାରେ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମା ଙ୍କ ଅଧ୍ୟକ୍ଷତା ଓ ସଂସଦ ର ସମ୍ପାଦକ ତଥା ଉଦଘୋଷକ ଶ୍ରୀକାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ର ପ୍ରାକ୍ତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବପ୍ରସାଦ ମଜୁମଦାର ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ସମସ୍ତ ଯୁବ ବର୍ଗ ପୂର୍ଣ୍ଣଚନ୍ଦ୍ର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଆମରି ସତ୍ୟ ର ପ୍ରତିଷ୍ଠାତା ତଥା ବେଗୁନିଆ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ପ୍ରମୋଦ ଚନ୍ଦ୍ର ଦାସ ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଏ ଅଞ୍ଚଳ ର ଜଣେ ସୈନିକ ଓ କୃଷକ ନେତା ଭାବେ ଦେଶ ଓ ଦଶ ର ସେବା କରିଛନ୍ତି ଓ ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟ ଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ଅଞ୍ଚଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ବହୁ ଅତିଥି ମାନେ ଯୋଗ ଦେଇଥିଲେ। ଶିକ୍ଷକ ନେତା ସୁମନ୍ତ ଛୋଟରାୟ,ଗ୍ରାମ୍ୟ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅର୍ଜୁନ ପଟ୍ଟନାୟକ , ଅଜୟ କୁମାର ମଙ୍ଗରାଜ , ବିଜୟ କୁମାର ଗୁମାନସିଂ ପ୍ରମୁଖ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଙ୍କ ସୁପୁତ୍ର ସୁନିଲ କୁମାର ଦଳାଇ ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରାସୋଳ, ବାୟାପଲ୍କୀ ଓ ଆଖ ୫୦ ଜଣ ବାୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ କମଳ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ଓ ବୃନ୍ଦାବତୀ କ୍ଳବ୍ ର ସମସ୍ତ ସଭ୍ୟ ମାନେ ପରିଚାଳନା କରିଥିବାବେଳେ ପୁତ୍ର ତଥା ଆବାହକ ସୁନୀଲ କୁମାର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ରାସୋଳ, ବାୟାପଲ୍ଲୀ,ସାନପଦର , ପିଚୁକୁଳି,ଚଂପାଇଲୋ ଗ୍ରାମ ର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।