କେନ୍ଦୁଝର,୨୭/୦୨: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତ ଙ୍କ କୂଅରେ ଖସିପଡି ଏକ ହାତୀଛୁଆର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ମୃତ ହାତୀଛୁଆକୁ ଉଦ୍ଧାର କଲା ବନ ବିଭାଗ । ବନ ବିଭାଗର ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ଗାଁ ଦେଇ ଯାଉଥିବା ସମୟରେ ମୋହନ ଚରଣ ମହାନ୍ତ କରିଥିବା ପରିବା ଚାଷ ବଜାର ରେ ବିକିବା ପାଇଁ ତୋଳି ତାଙ୍କ ବାଡି ଭିତରେ ରଖିଥିଲେ । ସେହି ପରିବା ଖାଇବା ପାଇଁ ପଶିଥିବା ବେଳେ ନିକଟରେ ଥିବା କୂଅ ଭିତରେ ଏହି ୧ବର୍ଷ ବୟସର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ମା ହାତୀ ଅନେକ ଚେଷ୍ଟା କରୁଥିବା ବେଳେ,ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା । ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ମୃତ ହାତୀ ଛୁଆ ଟିକୁ କୂଳ ଭିତରୁ ଉଦ୍ଧାର କରି ପଦ୍ମପୁର ନର୍ସରୀକୁ ଆଣି ବ୍ୟବଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।