ବେଲଗୁଣ୍ଠା, ୦୧/୦୩(ପିପିଟି);ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଛକ ନିକଟରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି ।ପୋଲିସ ସୁତ୍ରରୁ ଖବର ମିଳିଛି ଯେ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏସ୍.ନୂଆଗାଁର ଯୋଗୀ ଭୁୟାଁ ଓ ତାଙ୍କ ପରିବାରବର୍ଗ ଏକ ଅଟୋ (ଓଡି୦୨ଏଏଫ୍୩୪୮୮)ରେ ଜଗନ୍ନାଥ ପ୍ରସାଦ ଆସୁଥିବା ସମୟରେ କୁହୁଡି ହୋଇଥିବାରୁ ଡ୍ରାଇଭର ରାଜେଶ କୁମାର ସ୍ୱାଇଁ ରାସ୍ତା ଦେଖିପାରିନଥିଲେ ।ଫଳରେ ଅଟୋଟି ରାସ୍ତା କଡରେ ଥିବା ଏକ ଖାଲରେ ପଶିଯାଇଥିଲା । ଗାଡିରୁ ପଛସିଟ୍ ରେ ବସିଥିବା ଯୋଗୀ ଗାଡିରୁ ଛିଟିକି ଯାଇ ତଳେ ପଡିଯାଇଥିଲେ ଏବଂ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେଠାରେ ତାଙ୍କର ଶବ ବ୍ୟବଛେଦ କରାଯାଇ ତାଙ୍କ ପୁଅକୁ ଶବ ହସ୍ତାନ୍ତର କରିଥିବା ବେଳେ ବେଲଗୁଣ୍ଠା ଥାନାରେ ୩୯/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ସବ୍ ଇନିସପେକ୍ଟର ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )