କୁଶପଡାଗାଁରୁ ନାଗ ସାପ ଛୁଆ ଉଦ୍ଧାର ।

ଦିଗପହଣ୍ଡି,୧୦/୦୭(ପିପିଟି):ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡାଗାଁ ମଝି ସାହିର ଏସ.ରାଜେନ୍ଦ୍ର ଦୋରାଙ୍କ ଘରୁ ରବିବାର ସନ୍ଧ୍ୟାରେ ଏକ ନାଗସାପ ଛୁଆ ଉଦ୍ଧାର ହୋଇଛି। ରାଜେନ୍ଦ୍ରଙ୍କ ଘରେ ନାଗ ସାପ ଛୁଆଟି ଘର ଦ୍ୱାର ବନ୍ଧରେ ରହିଯାଇଥିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ, ଖବର ପାଇ ପ୍ରକୃତିବନ୍ଧୁ ସମୀରକାନ୍ତ ତ୍ରିପାଠୀ ପହଞ୍ଚି ସାପଟିକୁ କୌଶଳ କ୍ରମେ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟି ପ୍ରାୟ ଦେଢ଼ ଫୁଟ ରହିଥିବା ବେଳେ ଏହା ମେଲ କେଟାଗୋରୀ ବୋଲି ଜଣାପଡ଼ିଛି। ପରେ ଏହାକୁ ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛାଡି ଦିଆଯାଇଛି।

Comments (0)
Add Comment