କୁଲାଡ଼ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଭଞ୍ଜନଗର,୦୬/୦୯(ପିପିଟି):ଭଞ୍ଜନଗର ବ୍ଲକ କୁଲାଡ଼ କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲ୍ ର ପୂର୍ବତନ ଛାତ୍ର ତଥା ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଭଞ୍ଜ ରାଜବଂଶୀୟ ଅଧିଷ୍ଠାତ୍ରୀ ଦେବି ମା’ ବ୍ୟାଘ୍ରଦେବୀ ଙ୍କ ପାଖରୁ ଆଜ୍ଞା ମାଳ ଗ୍ରହଣ କରି ଶୋଭାଯାତ୍ରାରେ ଆସି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯଇଥିଲା। ତତ୍ପରେ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ବିଧାୟକ ଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ ସମସ୍ତ ପୂର୍ବତନ ଛାତ୍ର ମାନଙ୍କ ଉପସ୍ଥିତି ରେ ସୁବର୍ଣ୍ଣ ଜୟନ୍ତି ନିମନ୍ତେ ବିସ୍ତୃତ ଆଲୋଚନା କରାଯଇଥିଲା। ବିଧାୟକ ନିଜ ଅବିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହ ନିଜ ଶିକ୍ଷା ଗୁରୁ ମାନଙ୍କୁ ପ୍ରମାଣ ଜଣାଇଥିଲେ। ଏବଂ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ନିମନ୍ତେ ସେ ସୁନିଶ୍ଚିତ କରିଥିଲେ। ଏଥିସହ ରାଜ୍ୟପାଳଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଆଲୋଚନା ହୋଇଛି। ଆସନ୍ତା ଅକ୍ଟୋବର ମାସ ୨୫, ୨୬, ୨୭ ତିନି ଦିନ ଧରି ଉତ୍ସବ ପାଳନ ହେବ। ଏଥିରେ ନିଜ ଅଞ୍ଚଳର କଳାକାର ମାନଙ୍କୁ ନିଜ ପ୍ରତିଭା ପଦର୍ଶନ କରିବା ପାଇଁ ସୁଯୋଗ ଦେବା ସହ ସମ୍ମାନିତ କରାଯିବ ଓ ଅନେକ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବା ନିଷ୍ପତି ହୋଇଛି। ବୈଠକରେ ସଭାପତି ଭାବେ ପୂର୍ବତନ ଛାତ୍ର ତଥା ବିଧାୟକ ପ୍ରଦୁମ୍ନ କୁମାର ନାୟକ ଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପୂର୍ବତନ ଛାତ୍ର ମାନେ ସଭାପତି ଙ୍କ ନିଷ୍ପତି କ୍ରମେ ସୁଚାରୁ ରୂପେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ପରବର୍ତୀ ସମୟରେ ଏକ କାର୍ଯ୍ୟକାରିଣୀ କମିଟି ପୁଣି ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଥିଲା। ରାଜନୀତି ଠାରୁ ଦୂରରେ ରହି ସମସ୍ତେ ବିଦ୍ୟାଳୟର ପୂର୍ବତନ ଛାତ୍ର ଭାବେ କାର୍ଯ୍ୟକ୍ରମ କରିବାକୁ ଗୁରୁତ୍ୱ ଦିଆଯାଇଛି। ଉତ୍ସବ କୁ ବିଶାଳ ଓ ସାରା ରାଜ୍ୟ ରେ ଲୋକ ଲୋଚନ କୁ ଆଣିବା ପାଇଁ ଏକ ମ୍ୟାଗାଜିନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉନ୍ମୋଚନ କରାଯିବା ପାଇଁ ନିଷ୍ପତି ହୋଇଛି। ମୁଖ୍ୟମନ୍ତ୍ରୀ ଙ୍କ ପ୍ରଥମ ଭଞ୍ଜନଗର ଗସ୍ତ ତେଣୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ସାଜସଜ୍ଜା ବ୍ୟାପକ ହେବ ବୋଲି ବିଧାୟକ କହିଛନ୍ତି।
ବୈଠକ ରେ ୧୯୬୨ ମସିହା ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ବର୍ଷ ର ଛାତ୍ର ମାନେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର ଅରକ୍ଷିତ ପରିଛା ସଂଯୋଜନା କରିଥିଲେ।
ରିପୋର୍ଟ୍ -ଜେ କେ ପଟ୍ଟନାୟକ

Comments (0)
Add Comment