ଭଞ୍ଜନଗର,୧୦/୦୩(ପିପିଟି): ଭଞ୍ଜନଗର ବ୍ଲକ କୁଲାଡ଼ ଭଞ୍ଜ ମଣ୍ଡପଠାରେ ଆନନ୍ଦ ସଂଗୀତା୍ୟନର ୭୫ତମ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହୋଇ ଯାଇଛି । କୁଲାଡ଼ ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନର ୩୩ତମ ଭଞ୍ଜ ଜୟନ୍ତୀ ପାଳନ ଅବସର ରେ ଏହି ସଂଗୀତ ସନ୍ଧ୍ୟାକୁ ଅତିଥି ପ୍ରଶାନ୍ତ ମହାନ୍ତି,ଲୋକନାଥ ମହାନ୍ତି, ବାର୍ଡର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସଂସ୍କୃତି ବିକାଶ ସଂସଦ ଏହାର ଆୟୋଜନ କରଥିଲା ବେଳେ କୁଲାଡ଼ର ବାର୍ଡ ଅନୁଷ୍ଠାନ ଏଥିରେ ସହଯୋଗ କରିଥିଲେ। କୁଲାଡ଼ର କୁନି କୁନି କଣ୍ଠ ଶିଳ୍ପୀ ମାନେ ତଥା ଅନୁଷ୍ଠାନର ଶିଳ୍ପୀ ମାନେ ଭଞ୍ଜ ସଂଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ମାନଙ୍କ ମନୋରଞ୍ଜନ କରିଥିଲେ। ଶିଳ୍ପୀ ରଶ୍ମିତା ଭୂୟାଁ, ସୁଧାଂଶୁ, ରାଣୀ ଜେନା, ଆଶୁତୋଷ ପାତ୍ର , ତନ୍ମୟୀ, ଶ୍ରୀୟାଶୁଭଶ୍ରୀ ରାଧା ସଂଗୀତ ପରିବେଷଣ କରିଥିଲେ।ଗୁରୁ ଅଶୋକ ମହାପାତ୍ରଙ୍କ ସମେତ ମର୍ଦଳରେ ଅଭିଷେକ ମହାପାତ୍ର, ତବଲାରେ ଦିବାକର ପ୍ରଧାନ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )