ଭଞ୍ଜନଗର, ୧୪/୧୧. ଶିଶୁ ଦିବସ ଅବସରରେ କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ “ମୋ ଜେଜେ ମାଆ ଓ ମୋ ଜେଜେ ବାପା “ଶୀର୍ଷକରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗୋବରା ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନରେ ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ଏବଂ କୁମୁଦିନୀ ଫାଉଣ୍ଡେସନ୍ ପ୍ରତିଷ୍ଠାତା ସନ୍ନ୍ୟାସୀ ପାତ୍ର ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ବିଜୟ ଚନ୍ଦ୍ର ଶତପଥୀଙ୍କୁ ଶ୍ରେଷ୍ଠ ଜେଜେ ବାପା ରୂପେ ସମ୍ମାନିତ କରାଯାଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଯୋଗୁଁ ଅଭିଭାବକ ଓ ଶିଶୁମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)