କୁମାରୀ ଆରଡି ରାସ୍ତାର ନବୀକରଣ ଓ ପ୍ରସସ୍ତିକରଣ, ଶିଳାନ୍ୟାସ କଲେ ବିଧାୟକ।

ଯାଜପୁର,୨୦/୦୫(ପିପିଟି ):ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ଦେଉଳି ପାହାଡ ଭାୟା କୁମାରୀ ଗାଁ ରାସ୍ତାର ପ୍ରସସ୍ତୀକରଣ ଓ ନବୀକରଣର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଶିଳାନ୍ୟାଶ କରିଥିଲେ । ଏହି ଶିଳାନ୍ୟାଶ ଉତ୍ସବରେ ବିଧାୟକଙ୍କ ସହିତ ୧୪ ଜୋନ ଜିଲ୍ଲାପରିଷଦ ସଦସ୍ୟ ଜଳଧର ମହାନ୍ତି, ୧୩ ନଂ ଜିଲ୍ଲାପରିଷଦ ସଦସ୍ୟା ସ୍ମୃତିରେଖା ବେହେରା, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୫ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ଏହି ରାସ୍ତାର ପ୍ରସସ୍ତୀ କରଣ କାର୍ଯ୍ୟର ଶିଳାନ୍ୟାଶରେ ବିଭଗୀୟ ଅଧିକ୍ଷଣ ଯନ୍ତ୍ରୀ ରାଜଶ୍ରୀ ଭୋଳ, କାର୍ଯ୍ୟ ନିର୍ବାହୀ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । କୁମାରୀ ଗ୍ରାମରେ ଜନସଂଖ୍ୟା ବୃଦ୍ଧି ସହିତ ଘରବାଡି ମଧ୍ୟ ସେହି ତୁଳନାରେ ବଡି ଚାଲିଛି । ହେଲେ ଏହି ଗ୍ରାମକୁ ସଂଯୋଗ କରୁଥିବା ବହୁ ପୂରାତନ ରାସ୍ତାଟି ସଂକୋଚିତ ହେବା ସହ ଅନେକ ସ୍ଥାନରେ ଭାଙ୍ଗିରୁଜି ପଡିଛି । ଯାହା ଫଳରେ କୁମାରୀ ଅଂଚଳବାସୀ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ବିଧାୟକ ଶ୍ରୀ ସାହୁଙ୍କ ଉଦ୍ୟମକ୍ରମେ ଏହି ରାସ୍ତାର ପ୍ରସସ୍ତୀ କରଣ ଓ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିବାଗ ପକ୍ଷରୁ ବ୍ୟୟ ଅଟକଳ କରାଇଥିଲେ । ଆଜିର ଏହି ଶିଳାନ୍ୟଶ ଉତ୍ସବ ପାଇଁ ବିଧାୟକ ଶ୍ରୀ ସାହୁ ଜାରକା ଠାରେ ପହଁଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ଶୋଭାଯାତ୍ରାରେ ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବସଙ୍ଗଠକ ରାଜେଶ ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ପ୍ରଦୀପ ପରିଡା, ଶିବୁଲି ଧିର, ଦେବଦତ ପଣ୍ଡା, ଆଲୋକ ଲେଙ୍କା, ଚନ୍ଦ୍ରମଣି ପଣ୍ଡିତ, ତପନ ମାହୁନ୍ତ, ଅଭିଶେକ ରାଉତ,ସୁଦାମ ବେହେରା, ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

Comments (0)
Add Comment