କୁମାରୀପାରି ଗାଜିଆ ବନ୍ଧରେ ବୁଡି ଯୁବକଙ୍କ ମୃତ ।

କୋଦଳା,୨୭/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର ୪୯ ବର୍ଷୀୟ ଯୁବକ ଗଦାଧର ସ୍ୱାଇଁ ଗାଜିଆବନ୍ଧ ରେ ବୁଡି ମୃତ୍ଯୁବରଣ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଦିନ ୧୨ ଟା ସମୟରେ ଗଦାଧର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ବହୁସମୟ ଧରି ସେ ଘରକୁ ଫେରି ନଥିଲେ । କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ବେଳେ ଗଦାଧର ପୋଖରୀରେ ମରି ପଡ଼ିଥିବାର ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ଯବଚ୍ଛେଦ ପାଇଁ ପଠେଇଥିବା ସୂଚନା ମିଳିଛି । ଗଦାଧର ପରିବାର ର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବା ବେଳେ ତାଙ୍କର ଛୋଟ ଛୋଟ ପିଲାମାନେ ଏବଂ ବିଧବା ପତ୍ନୀ କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ପତ୍ନୀ । ତାଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଗଦାଧରଙ୍କ ମୃତ୍ୟୁରେ ଗାଁ ରେ ଶୋକାକୁଳ ପରିବେଶ ଦେଖାଦେଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment