କୁମାରସୁଣି ଜଙ୍ଗଲରେ ନିଆଁ ।

ବେଲଗୁଣ୍ଠା,୨୪/୦୩(ପିପିଟି); ବେଲଗୁଣ୍ଠା ବ୍ଳକ ଅଧିନ ପଥର।ପଲ୍ଲୀ ଠାରୁ ବଜ୍ରଗଡ଼ ପ୍ରଯନ୍ତ କୁମାରସୁଣି ଜଙ୍ଗଲ ରେ ନିଆଁ ଲାଗି ହେକ୍ଟର ହେକ୍ଟର ବଣ ପୋଡ଼ି ବା ସହ ନିରୀହ ବଣ ଜୀବଙ୍କ ଜୀବନ ଯାଉଛି । ଗତ କିଛି ଦିନ ହେଲା ଟାଙ୍ଗରାଇ ବଣ ମଧ୍ୟ ଏହିପାରି ନିଆଁ ଲାଗି ହେକ୍ଟର ହେକ୍ଟର ବଣ ଜଳି ବାର ବିଭିନ୍ନ ଖବରକାଗଜ ପ୍ରକାଶିତ ହୋଇଥିଲା ହେଲେବି ବନ ବିଭାଗର ଅଧିକାରୀ ମାନେ ନୀରବରେ ଅଛନ୍ତି । ବଣରେ ନିଆଁ ଲାଗିବା ହେତୁ କିଛି ଜଙ୍ଗଲ ଜୀବ ପ୍ରାଣ ବିକଳରେ ଜନବସତି ଆଡ଼େ ପଲେଇ ଅସ୍ଜୁଛନ୍ତି ଯାହା ଯୋଗୁଁ ସାଧାରଣ ଲୋକ ମାନେ ପ୍ରଭାବିତ ହେଉଛନ୍ତି ଓ ନିରୀହ କୃଷକ ବାପୁଡ଼। ଏହି ପ୍ରବଳ ଖରାରେ ପାଣିର ଘୋର ଅଭାବ ରେବି ଚାଷୀ ବାପୁଡ଼। ମୁଣ୍ଡ ଝାଳ ତୁଣ୍ଡରେ ମାରି ଡହ ଡହ ଖରାକୁ ଭ୍ରୁକ୍ଷେପ ନ କରି ତାର କ୍ଷେତକୁ ସେ ପାଣି ଯୋଗାଉଛି ଓ ତା କର୍ତ୍ତବ୍ୟ ସେ କରିଚାଲିଚି ହେଲେ ଜଙ୍ଗଲରେ ନିଆଁ ଲାଗିବା ହେତୁ ବନ୍ୟଜନ୍ତୁ ଗାମୁହାଁ ହୋଇ ଫସଲ ନଷ୍ଟକରୁଛନ୍ତି ।ଏଣୁ ଜଂଗଲ ବିଭାଗର ପ୍ରମୁଖ ଅଧିକାରୀ ଦୃଷ୍ଟି ଦେଇ ଏହି ନିରୀହ କୃଷକଙ୍କ ଓ ନିରୀହ ଜୀବଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ନତୁବା ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା।)

Comments (0)
Add Comment