କୁଡୁମୁଲୁଗୁମ୍ମା ହାଟପଦା ରାସ୍ତା ଶୋଚନୀୟ ।

ମାଲକାନଗିରି,୦୬/୦୭(ପିପିଟି): ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ହାଟପଦା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ବର୍ଷା ହେବା ମାତ୍ରେ ରାସ୍ତାରେ କୃତ୍ରିମ ପୋଖରୀ ସୃଷ୍ଟି ହେଉଥିବାରୁ ଯାତାୟାତ ସମୟରେ ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି । ଗତ ଶନିବାର ଦିନ ଏହି ଶୋଚନୀୟ ରାସ୍ତା ଦେଇ ସାଇକଲେରେ ଯିବା ସମୟରେ ଜଣେ ବ୍ୟକ୍ତି ପଡ଼ି ଆହତ ହୋଇଥିଲେ । ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ଏ ଦିଗରେ ଦୃଷ୍ଟି ଦେବା ପାଇଁ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ବ୍ଲକ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି । ଏହି ସ୍ଥାନରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ରାସ୍ତା ମରାମତି କରାଯିବ ବୋଲି ଗତ ମଙ୍ଗଳବାର ଦିନ ସ୍ଥାନୀୟ ପିଇଓ ରେବତୀ ନାଥ ମାଝୀ ତୁରନ୍ତ ମରାମତି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହି ସ୍ଥାନ ପରିଦର୍ଶନ କରି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏହି କାର୍ଯ୍ୟ ତୁରନ୍ତ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀଙ୍କ ଅବହେଳା ଯୋଗୁ ଲୋକେ ହଇରାଣ ହେଉଥିବା ସାଧାରଣରେ ଆଲୋଚନା ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment