ମାଲକାନଗିରି,୧୭/୦୭(ପିପିଟି): କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମ୍ୟାଲେରିଆ ନିରାକରଣ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡ. ଧନେଶ୍ୱର ମହାପାତ୍ର ଯୋଗଦାନ କରିଥିଲାବେଳେ ସ୍ଥାନୀୟ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀ,ସିନିୟର ଏଲଟି ପଦ୍ମ ଚରଣ ପଣ୍ଡା,ଏଲଏଚଭି ସକୁନ୍ତଳା ଦାସ, ଭିଭିଡିଟିଏସ ତନ୍ମୟ ବାଚାର, ଏଏନଏମ ଶୁଭଲକ୍ଷ୍ମୀ ଦାସ,ତନୁଜା କୁଳଦୀପ, ଏମଏନଏମ ଚୁମକି ସ୍ୱାଇଁ,ଓଏଲଏମ କର୍ମଚାରୀ, ପରିବର୍ତ୍ତନ ସ°ସ୍ଥା ତରଫରୁ ସରତାଜ୍ ବାନୋ ,ସମାଜସେବୀ ଭଗବାନ ସାହୁଙ୍କ ସହ ଏହି ଅଞ୍ଚଳର ସମସ୍ତ ଆଶା ଓ ଅଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଡକ୍ଟର ମହାପାତ୍ର କହିଛନ୍ତି ଯେ ବର୍ଷା ଋତୁର ଆଗମନ ପରେ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଯାହାକି ଚିନ୍ତା ର ମୁଖ୍ୟ କାରଣ ଓ ଏଥିପାଇଁ ରାଜ୍ୟ ସରକାର ଅନୁମୋଦିତ ଦମନ କାର୍ଯ୍ୟକ୍ରମ ଅନ୍ତର୍ଗତ- ସମସ୍ତଙ୍କୁ ଓୌଷଧ ସି°ଚନ ମଶାରୀ ବ୍ୟବହାର,ଘର ଓ ଆଖପାଖର ପରିବେଶ ରେ ଡିଡିଟି ସି°ଚନ, ସମସ୍ତ ଜ୍ୱର ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷଣ ଓ ଔଷଧ ବିତରଣ ସହ ପର୍ଯ୍ୟାୟ କ୍ରମେ ରୋଗୀର ନିୟମିତ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ଦ୍ଵାରା ହିଁ ମ୍ୟାଲେରିଆ ନିରାକରଣ ଅଭିଯାନକୁ ସଫଳତାର ସହ ଜିତି ପାରିବା । ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଷଡଙ୍ଗୀ କହିଛନ୍ତି ଯେ ମ୍ୟାଲେରିଆ ସ°କ୍ରମଣ ହାରକୁ ଅନୁଧ୍ୟାନ ପୂର୍ବକ ପ୍ରଶାସନ, ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳ ର ସମସ୍ତ ଜନସାଧାରଣଙ୍କୁ ମଶାରୀ ବଣ୍ଟନ କରାଯିବା ସହ ସମସ୍ତ ସ°କ୍ରମିତ ଅଞ୍ଚଳରେ ମାସ ସ୍କ୍ରିନ ଡ୍ରାଇଭ ସହ ମ୍ୟାଲେରିଆ ସଚେତନତା ସୃଷ୍ଟି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ସଚେତନତା ସୃଷ୍ଟି ପ୍ରକ୍ରିୟାରେ ସେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ଜନ ପ୍ରତିନିଧି ଓ ସମସ୍ତ ଜନସାଧାରଣଙ୍କ ସହାୟତା ଲୋଡିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)