କୁଡୁମି ସଂପ୍ରଦାୟର ଦେବସ୍ଥଳି -ଜାହିରା ।

ରାଇରଙ୍ଗପୁର,୨୪/୦୯(ପିପିଟି); ଛୋଟନାଗପୁର ମାଳଭୂମି ପରିସୀମା ଅନ୍ତର୍ଭୁକ୍ତ ବର୍ତ୍ତମାନର ଝାଡ଼ଖଣ୍ଡ, ଓଡ଼ିଶା,ଆସାମ, ଛତିଶଗଡ଼ ଅଂଚଳରେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ସ୍ବତନ୍ତ୍ର ଭାଷା-କୁଡୁମିଭାଷା ଓ ଧର୍ମ ହେଲା ପ୍ରକୃତି ଉପାସକ ପାହାଡ ପର୍ବତ, ବୃକ୍ଷ ଲତା, ନଦୀ ଆଦି ପ୍ରକୃତିକୁ ପୂଜା କରିବା ସଙ୍ଗେ ସଙ୍ଗେ ଜୀବନ୍ତ ଆତ୍ମାକୁ ପୂଜା କରିଥାନ୍ତି । କୁଡୁମି ସଂପ୍ରଦାୟର ଦ୍ରାବିଡ଼ ଆଦି ଗୋଷ୍ଠୀରୁ ଉତ୍ପତ୍ତି ଓ ବଂଶ ନାରୀ ଅଟନ୍ତି । ଆଦି ପୁରୁଷ ରେଙ୍ଗାଲି ହାବୁଳାହା ଓ ଆଦିମାତା ରେଙ୍ଗାହାବୁଳାହିକୁ ପୂଜା କରିବା ସଙ୍ଗେ ସଙ୍ଗେ ଜାହିରା ପୀଠ ଠାରେ ପୂଜା କରିବା ସଙ୍ଗେ ସଙ୍ଗେ ଜାହିରା ପୀଠ ଠାରେ ଗରାମ ଦେବତା ,ଧର୍ମ ଦେବତା,ବୁଢା ବାବା, ମହାମାୟା, ଠାକୁରାଣୀ ଓ ବାଘ ଦେବତାଙ୍କୁ ପୂଜା କରାଯାଇଥାଏ । କୃଷି ଭିତ୍ତିକ ପର୍ବପର୍ବାଣୀ ପାଳନ କରାଯାଇଥାଏ । ରାଇରଙ୍ଗପୁର ଠାରେ ଏକ ଦେଶ ଜାହୀରା ରହିଅଛି । (ରିପୋର୍ଟ – ଅକ୍ଷୟ କୁମାର ବିଶ୍ବାଳ ।)

Comments (0)
Add Comment