କୁଟିଆ ଆଦିମ ଜନଜାତିଙ୍କୁ ସାହାରା ପକ୍ଷରୁ କରୋନା ସଚେତନତା ।

ବାଲିଗୁଡା,୧୦/୦୬(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ କରୋନା କବଳରୁ ସୁରକ୍ଷା ପାଇଁ ଜରୁରୀ ହୋଇ ପଡ଼ିଛି। ପ୍ରଥମ ଓ ଦ୍ୱିତୀୟ ଲହର ରେ ଆଦିମ ଜନଜାତି କୁଟିଆ କନ୍ଧ ଙ୍କୁ କରୋନା ଛୁଇଁ ପାରିନଥିବା ବେଳେ କିଭଳି ୪୫ ବର୍ଷରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସମସ୍ତେ କିଭଳି ଟୀକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଲିଫଲେଟ ପ୍ରଦାନ କରଯାଇଥିଲା। ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକ ତୁମୁଡ଼ିବନ୍ଧ ବ୍ଲକ ର ମୁଣ୍ଡିଗଡ଼ ପଞ୍ଚାୟତ ର ଘୁମୁରା ଗାଁ, ବିଲାମାଳ ପଞ୍ଚାୟତର ଗରାଙ୍ଗୀ, ବେଲଘର ପଞ୍ଚାୟତର ବୁଲୁବାରୁ, ଗୁମା ପଞ୍ଚାୟତର ଡୁପି ଏଭଳି ୧୦ଟି ଗାଁର ୩୦୦ ପରିବାରକୁ ସଚେତନତା ସହ ସଂପୂର୍ଣ୍ଣ ଟୀକା କାରଣ ଉପରେ ଗୁରୁତ୍ବ ଦେଇ ସଚେତନତା କରିଥଲେ। ତୃତୀୟ ଲହର କିଭଳି କୁଟିଆ କନ୍ଧ ଙ୍କୁ ଛୁଇଁ ପାରିବ ନାହିଁ ସେ ନେଇ ଏବେ ଠାରୁ ହିଁ ପ୍ରସ୍ତୁତ ରହିବାକୁ ସଂପାଦକ ଶ୍ରୀ ନାୟକ ଗ୍ରାମବାସୀ ମାନଙ୍କୁ କହିଥିଲେ ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment