କୁଞ୍ଜବିହାରୀ ଦେବଙ୍କ ଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ।

ବୋଲଗଡ଼,୨୮/୧୨(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ଦଳ ପଞ୍ଚାୟତର କୁଞ୍ଜବିହାରୀ ଦେବଙ୍କ ପୀଠରେ ୪ଦିନଧରି ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି। ଅସରଳା ଗ୍ରାମ ସମେତ ପଡୋଶୀ ଗ୍ରାମ ଓ ବାହାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ମହାଯଜ୍ଞ ରେ ଯୋଗଦାନ କରିବାର ଦେଖିବାକୁ ମିଳିଛି । ଆରାଧ୍ୟ ଠାକୁର କୁଞ୍ଜ ବିହାରୀ ଙ୍କ ପୀଠରେ ବୈଦିକ ବିଧିରେ ଆଞ୍ଚଳିକ ବିଶ୍ବଶାନ୍ତି ମହାଯଜ୍ଞ ମହା ଆଡମ୍ବର ସହକରେ ପ୍ରତିବର୍ଷ ଭଳି ଏ ବର୍ଷମଧ୍ୟ ଧୁମଧାମରେ ଅଞ୍ଚଳ ବାସୀ ପାଳନ କରିଅଛନ୍ତି l ପ୍ରଥମ ଦିନରେ ଅଙ୍କୁର ରୋପଣ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ଜଳ କଳସ ଧରି ସୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି କୁଞ୍ଜ ବିହାରୀ

ଦେବଙ୍କ ପ୍ରାଙ୍ଗଣରେ କଳସ ସ୍ଥାପନ କରିଥିଲେ। ୨୮ତାରିଖ ସତରୁଦ୍ର, ଦୁର୍ଗା ସପ୍ତଶତୀ ଆହୁତି ଦିଆଯାଇଛି। ଓ ୨୯ ତାରିଖରେ ବ୍ୟାସ ଓ ଆଚାର୍ଯ୍ୟ ମାନଙ୍କଦ୍ୱାରା ଶ୍ରୀମଦ୍ ଭାଗବତ ଗୀତା ଆହୁତି, ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଲା ପୂଜା, ରୁଦ୍ର ଅଷ୍ଟାଧ୍ୟାୟି, ରାଷ୍ଟ୍ର ହୋମ,ସହିତ ପୂର୍ଣାହୁତି ସମାପନ ହେବ ବୋଲି ମହନ୍ତ ମଦନ ମୋହନ ଦାସଜୀ ମହାରାଜା କହିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment