କୁଜଙ୍ଗ ଠାରେ ହାଥରସ ଗଣଦୁଷ୍କର୍ମ ଘଟଣାର ନୀରବ ପ୍ରତିବାଦ ।

କୁଜଙ୍ଗ,୦୩/୧୦(ପିପିଟି ନ୍ଯୁଜ୍)- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଠାରେ ଅଖିଳ ଭାରତ ଯୁବକ ସଂଘ ପକ୍ଷରୁ ଉତ୍ତରପ୍ରଦେଶର ହାଥରସ ଠାରେ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ମନୀଷା ବାଲ୍ମୀକିଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବିରେ ଏକ ନୀରବ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୂଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରେ ଏଆଇଟିୟୁସି ଏଥିରେ ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ସୁବାସ ମହାପାତ୍ର,ଉତ୍କଳ ମହିଳା ସିମିତି ରାଜ୍ୟ ସଂପାଦକ ଜିନ୍ମୟୀ ସାହାଣୀ, ରାଜ୍ୟ ଯୁବ ସଂଘ ନେତା ଅଜୟ ବେହେରା, ରମାକାନ୍ତ ଦାସ, ଗୌତମ ଦାସ,ପ୍ରଭାସ ସ୍ବାଇଁ ନେତୃତ୍ବ ନେଇଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment