କୁକୁଡାଖଣ୍ଡି ବ୍ଲକରେ ମନରେଗା ଅର୍ଥ ଭୁତ ଖାଉଥିବା ଅଭିଯୋଗ ,ବିଡ଼ିଓଙ୍କୁ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି ।

କୁକୁଡାଖଣ୍ଡି,୦୩/୧୦(ପିପିଟି): କୁକୁଡାଖଣ୍ଡି ବ୍ଲକରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି ଏବଂ ଆଗକୁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ହାତଗଣତି କେଇଟା ମାସ ଥିବାବେଳେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନଙ୍କ କାର୍ଯ୍ୟକଳାପରେ ଜନସାଧାରଣ ଅତିଷ୍ଟ ହୋଇପଡିଲେଣି । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର । ସୂଚନାନୁସାରେ କ୍ଷମତାର ଅପବ୍ୟବହାର କରି ନିଜ ପଞ୍ଚାୟତ କୁକୁଡାଖଣ୍ଡି କୁ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟିକୋଟି ଟଙ୍କା ଅର୍ଥ ବେୟବରାଦ ହେଉଥିବା ବେଳେ ଅନ୍ୟାନ୍ୟ ପଞ୍ଚାୟତ ଗୁଡ଼ିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ଏବଂ ଏମ.ଜି.ଏନ.ଆର.ଇ.ଜିଏ ରେ ଶ୍ରମିକ ବଦଳରେ ଯନ୍ତ୍ରପାତି ଦ୍ୱାରା କାର୍ଯ୍ୟ କରାଯାଇ କୋଟି କୋଟି ଟଙ୍କା ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଶ୍ରମ ଟଙ୍କା ପ୍ରକୃତ ହିତାଧିକାରୀ ମାନଙ୍କ ଜମା ଖାତାକୁ ନ ଯାଇ ଭୁତ ଶ୍ରମିକ ମାନଙ୍କର ଜମା ଖାତାକୁ ଯାଇଥିବା ଅଭିଯୋଗ ହୋଇଅଛି । ଏହା ବ୍ୟତୀତ ଶ୍ରମିକମାନଙ୍କ ଦ୍ବାରା କାର୍ଯ୍ୟ କରାନଯାଇ ମେସିନ ମାଧ୍ୟମରେ କାର୍ଯ୍ୟ କରାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଦୃଷ୍ଟିକୁ ଆସିଛି । କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କ ନାମ କାର୍ଡନମ୍ବର , ଠିକଣା , ପ୍ରଦାନ କରାଇଯାଇଥିବା ଅର୍ଥର ପରିମାଣ ଏବଂ କାର୍ଯ୍ୟ ବିବରଣୀ ତୁରନ୍ତ ପ୍ରଦାନ କରିବା ପାଇଁ ଚିଠିରେ କୁହାଯାଇଛି । ଉପରୋକ୍ତ ସମସ୍ତ ବିଷୟ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା ସରିଛି ବୋଲି ମାନ୍ୟବର ବାଚସ୍ପତି ଚିଠିରେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ରଙ୍କୁ ଜଣାଇଛନ୍ତି । ଏ ସବୁ ଅଭିଯୋଗ ବାଚସ୍ପତି ଡ.ପାତ୍ରଙ୍କ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କୁ ବାଲିପଡ଼ା ଓ ବଉଳଝୋଳି ପଞ୍ଚାୟତରେ ଏହି ପ୍ରକାର ଅର୍ଥ ହଡ଼ପ ହୋଇଚି ତେଣୁ ଏହାର ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୁକୁଡାଖଣ୍ଡି ବିଡ଼ିଓଙ୍କୁ ଏକ ପତ୍ର ମାଧ୍ୟମରେ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । କୁକୁଡାଖଣ୍ଡି ବ୍ଲକର କେବଳ ଏହି ଦୁଇ ପଞ୍ଚାୟତରେ ଦୁର୍ନୀତି ର ଗନ୍ଧ ନୁହେଁ ଏହିପରି ବହୁତ ପଞ୍ଚାୟତ ରେ ଦୁର୍ନୀତି ହୋଇଛି ଏଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment