କୁକୁଡାଖଣ୍ଡିରେ ଥମୁନି ନାବାଳିକା ବିବାହ ପ୍ରଥା, ନାବାଳିକା ବିବାହକୁ ରୋକିଲେ ତହସିଲଦାର।

କୁକୁଡାଖଣ୍ଡି,୧୧/୧୨(ପିପିଟି); ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ କୁକୁଡାଖଣ୍ଡି ଅଞ୍ଚଳର ବିଭିନ୍ନ ଗ୍ରାମ ଗୁଡ଼ିକରେ କରୋନା କଟକଣାକୁ ଅନୁପାଳନ କରି ଭୋଜିଭାତର ଆୟୋଜନ ହେଉଚି । କିନ୍ତୁ ଏହାରି ମଧ୍ୟରେ ନାବାଳିକା ବିବାହ ସମନ୍ୱିତ ଶିଶୁ ବିକାଶ ଯୋଜନା ପାଇଁ ଏକ ନୂଆ ସମସ୍ୟା ରୂପରେ ଉଭାନ ହୋଇଛି । ସ୍ଥାନୀୟ ଜନପ୍ରତିନିଧିଙ୍କ ସମ୍ପୃକ୍ତି ହେଉ କିମ୍ବା ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତିରେ ନାବାଳିକା ମାନଙ୍କ ସହ ବାହାଘର ହେଉଥିବା ଦୃଶ୍ୟ କୁକୁଡାଖଣ୍ଡିରେ ଅଲୋଡ଼ନ ସୃଷ୍ଟି କରିଛି । ଆଜି ବ୍ଲକ ଅନ୍ତର୍ଗତ ପାଣ୍ଡୀଆଝୋଳି ଗ୍ରାମର ସେବା ସମବାୟ ସମିତି ସମ୍ପାଦକ ନରେଶ ଭୂୟାଁଙ୍କ ପୁଅ ଗଣେଶ ଭୂୟାଁଙ୍କ ବାହାଘର ବଉଳଝୋଳିର ଜଣେ ଜନୈକ ନାବାଳିକା ସହ କରେଇବା ପାଇଁ ସ୍ଥିର ହୋଇଥିବାବେଳେ ଦୁଇ ଦିନିଆ ଭୋଜି ଭାତର ଆୟୋଜନ ହୋଇଥିଲା । ଏପରିକି ବାହା ବେଦିରେ ବସିବା ପାଇଁ ଝିଅ ପାଣ୍ଡିଆଝୋଳି ସ୍ଥିତ ଶାଶୁ ଘରକୁ ମଧ୍ୟ ଆସିଯାଇଥିଲା । କୌଣସି ସୂତ୍ରରୁ ଖବର ପାଇଁ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅତିରିକ୍ତ ଦାୟିତ୍ୱ ତୁଲାଉଥିବା କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ନାବାଳିକାକୁ ଉଦ୍ଧାର କରିବା ପୂର୍ବରୁ ପୁଅ ଘର ଲୋକ ବାରିପଟ ରାସ୍ତାଦେଇ ଝିଅକୁ ନିଜ ବାପ ଘରକୁ ପଠେଇ ଦେଇଥିଲେ ଏଠି କୌଣସି ବାହାଘର ହେଉନାହିଁ ବୋଲି ଯୁକ୍ତି ବାଢ଼ିଥିଲେ ଏବଂ ସାଜସଜା କେଉଁ ଉଦ୍ଦେଶ୍ୟରେ ବୋଲି ପ୍ରଶ୍ନ କରିବାରୁ ନିର୍ବନ୍ଧ ସକାଶେ ବୋଲି ଯୁକ୍ତି ବାଢ଼ିଥିଲେ ପରିବାର ବର୍ଗ ଏବଂ ଶେଷରେ ବଉଳଝୋଳି ସ୍ଥିତ ନାବାଳିକାର ବାସଭବନରୁ ଉଦ୍ଧାର କରିଥିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରି ବୟାନ ରେକର୍ଡ ପରେ ପ୍ରଶାସନ ଉତ୍କଳ ଆଶ୍ରମ ସ୍ଥିତ ବାଳ ସୁଦ୍ଧାର ଗୃହକୁ ପଠା ଯାଇଥିଲା । ଅନ୍ୟପକ୍ଷରେ ଜଣେ ବିରୋଧ ଦଳ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମ୍ପୃକ୍ତି କାରଣରୁ ଖୁଲମ ଖୁଲା ଏହିଭଳି ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ କରିଚନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଏବଂ କିପରି ଜଣେ ସରକାରୀ କର୍ମଚାରୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ତାର ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ସୂଚନା ଥାଉକି ଦଶ ଦିନ ମଧ୍ୟରେ ଆଙ୍କୁଶପୁର, ରତ୍ନପୁର,ମହୁଡ଼ା,ହୁଗୁଳାପଟା ଏବଂ ପାଣ୍ଡିଆଝୋଳି ଅଞ୍ଚଳରୁ ପାଖାପାଖି ୭ ରୁ ଅଧିକ ନାବାଳିକା ବିବାହ ଉପରେ ରୋକ ଲଗେଇଲାଣି ପ୍ରଶାସନ । ଜିଲ୍ଲା ପ୍ରଶାସନର ଘନଘନ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ସତ୍ୱେ ବ୍ରହ୍ମପୁର ସହରତଳି ଅଞ୍ଚଳ ଗୁଡ଼ିକରେ ଏହି ସବୁ ବେଆଇନ କାର୍ଯ୍ୟ ବହୁମାତ୍ରାରେ ଚାଲୁ ରହିଚି ଏବଂ ବହୁ ସ୍ଥାନରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏହି ସବୁ ଷଡ଼ଯନ୍ତ୍ରର ମୁଖ୍ୟ ଭୂମିକା ତୁଲାଉଥିବା କାରଣରୁ ପ୍ରଶାସନର ମୁଣ୍ଡ ବିନ୍ଧା ବଢ଼ିବାରେ ଲାଗିଛି ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ପ୍ରତି ଗ୍ରାମରେ ନଜର ରଖାଯାଇଛି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ କୌଣସି ପ୍ରକାରେ ନାବାଳିକା ବିବାହ ପ୍ରଥାକୁ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ସ୍ଥାନୀୟ ପୁଲିସ ଓ ଚାଇଲଡ୍ ଲାଇନ୍ ସହାୟତାରେ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି ବୋଲି ସୂଚନା ଦେଇଚନ୍ତି ତହସିଲଦାର ଡ଼.ମିଶ୍ର ।

Comments (0)
Add Comment