କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ ।

ରେଙ୍ଗାଲକ୍ୟାମ୍ପ, ୦୭/୦୪: ସୋମବାର ଅପରାହ୍ଣ ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସହ ଝଡତୋଫାନ, କୁଆପଥର ମାଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇ ଚାଷୀଙ୍କ ମେରୁଦଣ୍ଡ ସଂପୂ୍ଣ୍ଣ ଭାଙ୍ଗି ଦେଇଛି। କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ତୁରନ୍ତ ଇନପୁଟ୍ ସହାୟତା ସହ ଫସଲ ବୀମା ପ୍ରଦାନ କରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଦାବି କରାଯାଇଛି। ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ବରେ ଏକ ଚାଷୀ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର କେ ରିଚି କୁମାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ବ୍ଳକର ୫୦ ରୁ ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଧାନ, ପନିପରିବା ଫସଲ ନଷ୍ଟ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତିର ସଠିକ ଆକଳନ କରି ତତ୍କାଳ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ସଂଗଠନର କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ର, ସଂପାଦକ ସୁରେଶ କର୍ଣ୍ଣ, ବୃଦ୍ଧଦେବ ନନ୍ଦ, ଭୁବନ ପ୍ରଧାନ, ହରେରାମ ସ୍ବାଇଁ, ଭି ଶେଷାଗିନୀ, ବୀରେନ୍ଦ୍ର ପ୍ରଧାନ, ଅମୂଲ୍ୟ ସ୍ବାଇଁ, କେ ରାମବାବୁ, ଭି କ୍ରିଷ୍ଣା ମୂର୍ଣ୍ଣି, ସୁବାଷ ବିଶ୍ବାଳ, ସଂକ୍ରାନ୍ତୀ ଭେଙ୍କଟେଶ୍ବର ରାଓ, କେ ସଦ୍ୟନାରାୟଣ, ବି ପାପାରାଓ ପ୍ରମୁଖ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ।

Comments (0)
Add Comment