କୁଅ ଭିତରୁ ମହିଳାଙ୍କ ଶବ ଉଦ୍ଧାର, ସ୍ବାମୀକୁ ଅଟକ ରଖିଛି ପୁଲିସ।

ରାୟଗଡା,୨୫-୧୨(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବନ୍ଧୁଗୁଡା ଗ୍ରାମ ନିକଟରେ ରହିଥିବା ଏକ କୁଅ ରୁ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ମହିଳାଙ୍କ ନାମ ଲକ୍ଷ୍ମି ଶବର ବୟସ ୪୦ ବୋଲି ଅନୁମାନ କରାଯାଉଛି। ମହିଳା ମୃତ୍ୟୁ ନେଇ ଶବକୁ ଜବତ କରି ସଂନ୍ଦେହ କରୁଛି ପୁଲିସ। ସ୍ବାମୀକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଗୁଣୁପୁର ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ କୁଅରୁ ବାହାର କରିଥିଲେ। ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିବାରୁ ପୁଲିସ ଅଧିକା ତଦନ୍ତ ଆରମ୍ଭ କରିଛି। ଏହା ଏକ ହତ୍ୟା ନା ଘରୋଇ କନ୍ଦଳରୁ ହୋଇଛି,ତାକୁ ଖୋଳତାଡ କରୁଛି ପୁଲିସ। ଗ୍ରାମ ବାସିଙ୍କ ଦୈନିକ ବ୍ୟବହାର କରୁଥିବା କୁଅ କାଲି ସଂନ୍ଧ୍ୟା ସୁଦ୍ଧା ଏହି କୁଅ କିଛି ମଧ୍ୟ ପଡିନଥିବା ଗ୍ରାମବାସୀ ପ୍ରକାଶ କରିଥିଲେ କିନ୍ତୁ ଆଜି ଯେତେବେଳେ ଶବ ଉଦ୍ଧାର ହୋଇଛି ତାହା ପୁଣି ଶବ ଦେହରୁ ଦୁର୍ଗନ୍ଧ ବାହାରିବା ସହ ଭାସୁଥିବା ଅବସ୍ଥାରେ। ଏହାକୁ ନେଇ ସଂନ୍ଦେହ ଘନିଭୁତ ହେଉଛି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment