ବୋଲଗଡ଼,୧୪/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ଦଳ ଗ୍ରାମପଞ୍ଚାୟତ ର ହନୁମନ୍ତ ପ୍ରସାଦ ମୌଜାର ଅବସ୍ଥିତ କୁଂଜବନ ମଠରେ ସଂସାର ମଙ୍ଗଳ ପାଇଁ ନାମ ସଂକୀର୍ତ୍ତନ ବିଧିବିଧାନ ଅନୁସାରେ ଗିରି ଗୋବର୍ଦ୍ଧନ ପୂଜା ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଅସରଳା ଦଳ ପଞ୍ଚାୟତର,ବାବାଜୀ ମଦନ ମୋହନ ଦାସ, ଚଣ୍ଡେଶ୍ୱର ବଳିଆର ସିଂହ,ବିବେକାନନ୍ଦ ସ୍ୱାଇଁ,ଶଙ୍କର ମହାପାତ୍ର, ଦିଲିପ କୁମାର ସାହୁ,ବିଜୟ କୁମାର ସୁନ୍ଦରାୟ,ପ୍ରକାସ କୁମାର ସାହୁ,ବିଷ୍ଣୁ ପ୍ରସାଦ କରଙ୍କ ସହିତ ବହୁ କର୍ମକର୍ତ୍ତା ଓ ବୋଲଗଡ ଅଞ୍ଚଳର ବହୁ ଭକ୍ତ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)