କୀର୍ତ୍ତି ଭାସନ ଭି ହେଲେ ନୂତନ ଗଞ୍ଜାମ ଜିଲାପାଳ ।

ଭଞ୍ଜନଗର, ୨୨/୭(ପିପିଟି ): ରାଜ୍ୟରେ ଆଇଏଏସ ସ୍ତରରେ ବ୍ୟାପକ ଅଦଳ ବଦଳ ହୋଇଛି। ଆଜି ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ତାଲିକାରେ ମୋଟ ୪୭ଜଣଙ୍କର ନାମ ଉଲ୍ଲେଖ ରହିଛି।ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଭାବେ ଦିବ୍ୟ ଜ୍ୟୋତି ପରିଡ଼ା ପ୍ରାୟ ୩ବର୍ଷ ଧରି ଏଠାରେ କାର୍ଯ୍ୟ କରିବା ପରେ ତାଙ୍କର ପୁରୀ ଜିଲ୍ଲାକୁ ଜିଲ୍ଲାପାଳ ଭାବେ ବଦଳି ହୋଇଛି।ସେହିପରି ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା କୀର୍ତ୍ତି ଭାସନ ଭି ଙ୍କର ଗଞ୍ଜାମ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment