କୀଟନାଶକ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା ।

ଭଞ୍ଜନଗର,୦୪/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ିହ ପଢାଳ ଗ୍ରାମର ଶିବ ଶଙ୍କର ସେନାପତି(୫୨) ଶନିବାର ରାତି ପ୍ରାୟ ୮ଟା ସମୟରେ ଘରେ କେହି ନଥିବା ବେଳେ କୀଟନାଶକ ଖାଇ ଦେଇଥିଲେ। କିଛି ସମୟ ପରେ ଏହା ଦେଖି ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ କେସ ନଂ ୩୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ଶିବ ମାନସିକ ଅଶାନ୍ତି ଓ ପାରିବାରିକ କଳହ କୁନେଇ ଆତ୍ମହତ୍ୟା କରିଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment