କୀଟନାଶକ ଖାଇ ନାବାଳିକାର ଆତ୍ମହତ୍ୟା ।

ବେଲଗୁଣ୍ଠା,୦୮/୦୧(ପିପିଟି), ଗତ କାଲି ଅପରାହ୍ଣରେ ଜଣେ ନାବାଳିକା କୀଟନାଶକ ଔଷଧ ଖାଇ ଅତ୍ମହତ୍ୟା କରିଥିବା ଖବର ପୋଲିସ୍ ସୂତ୍ରରୁ ପ୍ରକାଶ । ସୂଚନା ପ୍ରକାରେ ଗତ କାଲି ଅପରାହ୍ଣ ଚାରି ଘଣ୍ଟ ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗୀପୁର ଗ୍ରାମର କଂଗ୍ରେସ ବିଷୋୟୀଙ୍କ ନାବାଳିକା ଝିଅ ବର୍ଷାରାଣୀ ବିଷୋୟୀ (୧୬) କୌଣସି କାରଣରୁ ଚାଉଳକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯାଉଥିବା କିଛି କୀଟନାଶକ ବଟିକା ଖାଇ ଦେଇ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲା । ସାଙ୍ଗେ ସାଙ୍ଗେ ତାକୁ ପରିବାର ଲୋକେ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବର୍ଷାରାଣୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏନେଇ ମୃତ ବର୍ଷାଙ୍କ ମାଆ ଅନୀତା ବିଷୋୟୀ (୪୨) ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ପୋଲିସ୍ କେଶ୍ ନମ୍ବର୍ 03/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment