କିସ୍ ବିଦ୍ୟାଳୟ ତରଫରୁ ଅନଲାଇନ କୋଚିଂ ଉପରେ ପ୍ରଶିକ୍ଷଣ ପ୍ରଦାନ।

ରାୟଗଡା,୦୫/୧୧(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ମହିପଙ୍ଗା ଠାରେ କିସ୍ ଅନୁଷ୍ଠାନ ତରଫରୁ ଅନଲାଇନ କୋଚିଂ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଘରେ ରହିଥିବା ଛାତ୍ର ଛାତ୍ରୀ କିପରି ଅନଲାଇନ କ୍ଲାସରେ ରହିବେ ଓ କିପରି ନିଜକୁ ପ୍ରସ୍ତୁତି କରିବେ ସେହି ବିଷୟରେ କହିବା ସହିତ ଆଗାମୀ ଦିନରେ ଏହି ସବୁ କ୍ଲାସ କଳିଙ୍ଗ ଟିଭି ମାଧ୍ୟମରେ ମିଳିପାରିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଥିଲେ।ଆଜି ପଞ୍ଚମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଏବଂ ବହିପତ୍ର ଖାତା ପ୍ରଦାନ କରିଥିଲେ। +୨ ବିଜ୍ଞାନ,ବାଣିଜ୍ୟ ଛାତ୍ରୀଛାତ୍ର ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ଖାତା ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଘାସିରାମ ମାଝୀ, ସାଧାରଣ ସମ୍ପାଦକ ଶ୍ରୀନିବାସ ତାଡିଙ୍ଗି,ଉପଦେଷ୍ଟା ଦାମୋଦର କୈବର୍ତ୍ତ, ନୃତ୍ୟ ଶିକ୍ଷକ ସନ୍ତୋଷ ମିଣିଆକା ଓ ଜଗନ୍ନାଥ ପିରିବାକା ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଦିଗ୍ ଦର୍ଶନ ଦେଈଥିଲେ।ବ୍ଲକ ଆବାହକ ବୁଡୁ କଣ୍ଡାଗୋରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା)

Comments (0)
Add Comment