କିଶୋରୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତା ।

ବେଲଗୁଣ୍ଠା, ୧୫/୦୧)ପିପିଟି):ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଳିନୀ କୁମାରୀ ମହାରଣା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ରୂପେ ଓଡ଼ିଆ ବିଭାଗ ଅଧ୍ୟାପକ ସପନ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଆଇସିସିଟି ସୁପରଭାଇଜର ବିଜୟ କୁମାର ସାହୁ ଯୋଗ ଦେଇଥିଲେ ।ସମସ୍ତ ଅଞ୍ଚଳ ପରିଦର୍ଶିକା,ଯୋଗାଣ ବ୍ଳକ୍ କୋର୍ଡିନେଟର,ମମତା ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ୍,ଜୁନିୟର୍ ଆସିଷ୍ଟାଣ୍ଟ୍,ସିନିୟର ଆସିଷ୍ଟାଣ୍ଟ୍,ଏସ୍.ଆର୍.ଏ ସୁଭଦ୍ରା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଲୋକନୃତ୍ୟ, ଚିତ୍ରାଙ୍କନ,ପ୍ରବନ୍ଧ ଏବଂ ରିପୋର୍ଟ ରାଇଟିଙ୍ଗ୍ ପ୍ରତିଯୋଗୀତାରେ ମୋଟ 26 ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ଯଥାକ୍ରମେ ନଗଦ ୫୦୦ ଟଙ୍କା ,୩୦୦ ଟଙ୍କା ଏବଂ ୧୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ୧୦୦ ଟଙ୍କାର ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ସୁପରଭାଇଜର ବିଜୟଲକ୍ଷ୍ମୀ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment