କିଛିଦିନ ନିରଵତା ପରେ ଚନ୍ଦ୍ରପୁରୁ ବ୍ଲକ ଲୋକଙ୍କୁ ଡରାଉଛି ହନୁମନ୍ତପୁରୁର ମାଓ ପୋଷ୍ଟର।

ମୁନିଗୁଡା/ଚନ୍ଦ୍ରପୁରୁ,୨୦/୦୯:ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁରୁ ବ୍ଲକରେ ମାଉଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି । ଆଜି ସକାଳୁ ହନୁମନ୍ତପୁରୁ ପଙ୍କାଳଗୁଡି ପୂର୍ତ୍ତ ଵିଭାଗ ମୁଖ୍ୟ ରାସ୍ତା ଠାରୁ ହନୁମନ୍ତପୁରୂ ବ୍ରିଜ ପର୍ଯ୍ୟନ୍ତ ମାଉ ପୋଷ୍ଟର ମରାଯାଇଥିବା ଲଲୋକମାନେ ଦେଖି ଭୟଭିତ ହୋଇଛନ୍ତି । ପୋଷ୍ଟରରେ ସିପିଆଇ(ମାଉବାଦୀ) ବାଘୁନା ଡିଭିଜନ ପକ୍ଷରୁ ଲେଖା ଯାଇଛି ,ଅସଲ ନାରୀ ମୁକ୍ତ ସମ୍ମାନ,ସମସ୍ତଙ୍କ ହାତକୁ କାମ, ଶିକ୍ଷା ଓ ଚିକିତ୍ସାର ଗ୍ୟାରେଣ୍ଟି, ମୌଳିକ ସମାଧାନ ପାଇଁ ନୂଆ ଗଣତନ୍ତ୍ର ଵିପ୍ଲବରେ ଯୋଗ ଦିଅନ୍ତୁ। କିଏ ଏହି ପୋଷ୍ଟର ମାରିଛି ତଦନ୍ତ କରାଗଲେ ସତ୍ୟାସତ ଜଣାପଡିଵ ଵୋଲି ଆତଙ୍କିତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

Comments (0)
Add Comment