କାଶିପୁର ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଦ୍ୱାରା ୫୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ଲୋକାର୍ପିତ।

ରାୟଗଡା,୦୨/୦୬(ପିପିଟି); ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ଉତ୍କଳ ଆଲୁମିନା ଦ୍ୱାରା କୋଭିଡ୍‌-୧୯ ମହାମାରୀ ଭଳି ଅନିଶ୍ଚିତତା ସମୟରେ ଲୋକ ଓ ସମାଜର ସୁରକ୍ଷା ପାଇଁ ସର୍ବଦା ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି । କୋଭିଡ୍‌-୧୯ ମହାମାରୀ ବିରୋଧ ଲଢ଼େଇରେ ନିରନ୍ତର ଉଦ୍ୟମ ସ୍ୱରୂପ କମ୍ପାନି ପକ୍ଷରୁ ଏକ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଂଟର୍ ସ୍ଥାପନ କରାଯାଇଛି । ୟୁଏଆଇଏଲ୍ ପକ୍ଷରୁ ୫୦ ଶଯ୍ୟାର ଏକ ସିସିସି ପରିଚାଳନା କରାଯାଉଛି ଏବଂ ଉତ୍କଳ ହସ୍ପିଟାଲ୍‌ର କୋଭିଡ୍ ୱାର୍ଡରେ ଏହି ସମ୍ପ୍ରସାରଣ ଯୋଗୁଁ କଂପାନି ସମାଜର ଉଚ୍ଚତମ ସେବା କରିପାରିବ ଯେଉଁଥିରେ ୟୁଏଆଇଏଲ୍ ପକ୍ଷରୁ ଭେଂଟିଲେଟର ସୁବିଧା ସହିତ କେନ୍ଦ୍ରୀୟ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲକ୍ଷଣ ଥିବା ଲୋକମାନଙ୍କ ପାଇଁ ଏହା କୋଭିଡ୍ କେୟାର ସେଣ୍ଟର ଭାବେ ପରିଚାଳିତ ହେବ।ଲୋକାର୍ପଣ ଉତ୍ସବରେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହାକୁ ଉଦଘାଟନ କରିଥିଲେ ଓ ରାୟଗଡ଼ାର ସିଡିଏମ୍‌ଓ ଡକ୍ଟର ଆର୍ତବନ୍ଧୁ ନାଏକ, ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ମଜହର ବୈଗ୍ ଓଜିଲ୍ଲା ପ୍ରକଳ୍ପ ସଂଚାଳକ ରାଜେଶ୍ବର ରାଓ ପଟ୍ଟନାୟକ ଉପସ୍ଥିତ ଥିଲେ।ଏହି କେନ୍ଦ୍ର ଶ୍ରେଷ୍ଠତା ପ୍ରଦର୍ଶନ ସହ ଦୁର୍ଗମ ଅଂଚଳର କୋଭିଡ୍ ପ୍ରଭାବିତ ଲୋକମାନଙ୍କ ଚିକିତ୍ସାର ଉଦାହରଣ ସୃଷ୍ଟି କରିବ। ଏହା ଜିଲ୍ଲା ପାଇଁ ଆଶ୍ୱସ୍ତି ଆଣିବ ଓ ଆଗାମୀ ଦିନରେ ଏହାକୁ ଆଇସିୟୁ ଚିକିତ୍ସା ଲାଗି ମଧ୍ୟ ବିଚାର କରାଯାଇପାରିବ ବୋଲି ଜିଲ୍ଲାପାଳ ମନ୍ତବ୍ୟ ଦେଇ ୟୁଏଆଇଏଲ୍‌ର ମହତ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଶ୍ରୀ ବୈଗ୍ ଏହି ପ୍ରତିଶ୍ରୁତି ଦେଇଛନ୍ତି ଯେ ୟୁଏଆଇଏଲ୍ ସର୍ବଦା ଲୋକମାନଙ୍କର ଓ ସମାଜର ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ଲାଗି ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ଆମେ ସଙ୍କଟକୁ ନେଇ ଅଧିକ ଧ୍ୟାନଶୀଳ ଓ ଯତ୍ନବାନ ରହିଛୁ । ଏହି କାର୍ଯ୍ୟକ୍ରମ ଅବସରରେ ରାକେଶ ପ୍ରତାପ ସିଂହ, ୟୂୁନିଟ୍ ଏଚ୍‌ଆର୍ ମୁଖ୍ୟ, ୟୁଏଆଇଏଲ୍‌, ଡକ୍ଟର ଅରିନ୍ଦମ ରାୟଚୌଧୁରୀ, ସିଏମ୍‌ଓ ୟୁଏଆଇଏଲ୍‌, ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ୟୁଏଆଇଏଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ । ଉଦଘାଟନୀ ସମାରୋହ ପରେ ସମ୍ମାନନୀୟ ଅତିଥିମାନେ ଏହି ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବେ ୟୁଏଆଇଏଲ୍ ପାରିପାଶ୍ୱିକ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିରନ୍ତର ଜୀବନଜୀବିକା ଓ ଗ୍ରାମୀଣ ଭିତିଭୂମି କ୍ଷେତ୍ରରେ ସିଏସ୍‌ଆର୍ ଅଭିଯାନକୁ କାର୍ଯ୍ୟକାରୀ କରୁଛି ଓ ସାମାଜିକ ସମସ୍ୟାଗୁଡ଼ିକର ମୁକାବିଲା କରୁଛି । ମୋଟ ଉପରେ ୟୁଏଆଇଲ୍ ଓଡ଼ିଶାର ୫୭ଟି ଗ୍ରାମରେ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ ଜାରୀ ରଖିଛି।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment