ମାଲକାନଗିରି,ତା:୨୩/୦୫(ପିପିଟି); ଆଜି ସଂଧ୍ଯା ୫ ଟା ୩୦ ସମୟରେ ପ୍ରବଳ ବେଗରେ ଝଡ ବର୍ଷା ହେବା ଫଳରେ ପଡିଆ ଗ୍ରାମର ୩୦ ରୁ ଅଧିକ ଘରଗୁଡିକର ଛପର ଉଡିଯାଇଛି । ବଡ ବଡ ବୃକ୍ଷ ଉପୁଡି ପଡି ପଥ ଅବରୋଧ ହୋଇଯାଇଛି । ଦୁଇ ଘଣ୍ଟା ପର୍ଯ୍ଯନ୍ତ ପ୍ରବଳ ବର୍ଷା ହେବା ଯୋଗୁଁ ଘରର ଚାଉଳ ପତ୍ର,ଲୁଗା ପଟା ସବୁ ଭିଜି ଯାଇଛି । ପ୍ରାୟ ୩୦ ଘରର ଟିଣ, ଆଜବେଷ୍ଟ,ଟାଇଲ ଏବଂ ଚାଳ ଛପର ଉଡି ଯାଇଛି । ଫଳରେ କ୍ଷତିଗ୍ରସ୍ଥ ଲୋକମାନଙ୍କ ରାତ୍ରଯାପନ କରିବା ଲାଗି ସୁରକ୍ଷତି ଆଶ୍ରୟ ସ୍ଥଳ ନାହିଁ ।କାଳବୈଶାଖିରେ ଲୋକମାନେ ବେଘର ହୋଇ ପଡିଛନ୍ତି । କାଳ ବୈଶାଖିରେ ପ୍ରଭାବିତ ଲୋକମାନଙ୍କ ରାତ୍ର ଭୋଜନ ଲାଗି କୌଣସି ବ୍ଯବସ୍ଥା ନଥିବା ଜଣା ପଡିଛି । ଝଡ ବର୍ଷାର ତାଣ୍ଡବ ଲୀଳା ଯୋଗୁଁ ବିଦ୍ଯୁତ ସର୍ବରାହ ସଂପୂର୍ଣ୍ଣ ଠପ ହୋଇ ପଡିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।
(ରିପୋର୍ଟ:ବିରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)