କାଳିମେଘି ପଞ୍ଚାୟତର ନିତ୍ଯାନନ୍ଦପୁର କଲୋନୀରେ ସଙ୍ଘବଧ ଆକ୍ରମଣରେ ଯୁବକର ମୃତ୍ୟୁ ।

କୋଦଳା,୧୭/୦୩(ପିପିଟି); ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ପଞ୍ଚାୟତର ନିତ୍ୟାନନ୍ଦପୁର କଲୋନୀ ଗ୍ରାମର ଟୁଟୁ ନାୟକଙ୍କୁ ଆଜି ସକାଳ ୧୦ ଘଣ୍ଟ ସମୟରେ ୮ ରୁ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । କିନ୍ତୁ କାରଣ ଅଶ୍ୱଷ୍ଟ ରହିଛି l ମୃତକଙ୍କ ପରିବାର ସଦସ୍ୟଙ୍କ କହିବା ପ୍ରକାରେ ସୋମବାର ରାତି ୯ଘଣ୍ଟ ସମୟରେ ଟୁଟୁ ନାୟକଙ୍କ ଘରକୁ ସାନଉସ୍ତାପଡ଼ା ପଞ୍ଚାୟତ ଲଛିପୁର ଗ୍ରାମର ୮ ରୁ ୧୦ ଜଣ ଯୁବକ ପଶି ଆମ ଜିନିଷ କେଉଁଠି ରଖିଛୁ କହ ବୋଲି କହିବା ସହିତ ଟୁଟୁ ସମେତ ତାର ସ୍ତ୍ରୀ ରାଜଶ୍ରୀ ନାୟକଙ୍କୁ ମାଡ଼ ମାରି ଆସିଥିଲେ।ମଙ୍ଗଳବାର ଟୁଟୁ କୁ ତାର ସ୍ତ୍ରୀ ସମେତ ଭଉଣୀ ଓ ପିଉସୀ ମିଶି କୋଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଉଥିବା ସମୟରେ ଟୁଟୁ କୁ କିଛି ଲୋକ ଜୋର ଜବରଦସ୍ତ ନେଇଯାଇଥିଲେ । କିଛି ସମୟ ପରେ ଟୁଟୁ ରେ ସ୍ତ୍ରୀ ସ୍ୱାମୀଙ୍କ ମୋବାଇଲକୁ ଫୋନ କରିବା ବେଳେ କେହିଜଣେ ତୋର ସ୍ୱାମୀ ମରିପଡିଛି ତାକୁ ନେ ବୋଲି କହିଥିଲେ ।ପରିବାର ସଦସ୍ୟ ଇତସ୍ତତଃ ହୋଇ ଖୋଜି ଖୋଜି ଘରେ ପହଞ୍ଚିବା ପରେ ସ୍ୱାମୀର ମୃତଦେହ ପଡ଼ିଥିବା ଦେଖିଥିଲେ ଓ କୋଦଳା ଥାନାରେ ଜଣାଇଥିଲେ ।ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ଅନିଲ ସାହୁ, ଆରତୀ ପରିଡାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ସେଠାରୁ ଟୁଟୁ କୁ ନିଜ ଗାଡିରେ କୋଦଳା ମେଡିକାଲ ଆଣିଥିଲେ । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ସକାଳୁ ସମସ୍ତେ ମିଶି ଟୁଟୁଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ କେଉଁ କାରଣ ବା କେଉଁ ଶତ୍ରୁତାକୁ ନେଇ ଏତେ ବଡ଼ କାଣ୍ଡ ଘଟିଲା ବୋଲି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ କୋଦଳା ଥାନା ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଦେହ ପଡିରହିଛି।ମୃତ ଟୁଟୁ ନାୟକର ତିନୋଟି ଝିଅ ଥିବାବେଳେ ଗୋଟିଏ ପୁଅ ରହିଛି।ବର୍ତ୍ତମାନ ସୁଦ୍ଧା ଏତଲା ହୋଇ ନ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment