କାଲି ଭୋଟ ଗଣତି ସମସ୍ତ ପ୍ରସ୍ତୁତି ଶେଷ ।

ମାଲକାନଗିରି , ୦୩/୦୬(ପିପିଟି) : ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଉପସ୍ଥିତି ରେ ଆସନ୍ତା କାଲି ହେବାକୁ ଥିବା ଭୋଟ ଗଣତିର କାର୍ଯ୍ୟକ୍ରମ କୁ କିପରି ଭାବେ ପରିଚାଳନା କରିବେ ସେ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ହେବାକୁ ଥିବା ଦୁଇଟି ବିଧାନସଭା ମଣ୍ଡଳିର ଭୋଟ ଗଣତି ପଲିଟେକନିକ କଲେଜରେ ସମସ୍ତ ପର୍ଯ୍ୟାୟ କିପରି ଶାନ୍ତି ଶୃଙ୍ଖଳା ର ସହ ହେବ ଓ ଇଲେକ୍ସନ କମିଶନର ଙ୍କ ନିୟମ କୁ ପାଳି କାର୍ଯ୍ୟ କରାଯିବ ସେ ନେଇ ବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଆସନ୍ତା କାଲି ସକାଳ ୮ଘଟିକା ରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ କରାଯିବ ଓ ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ହେବ।ପରେ ପରେ ୧୪୬ ମାଲକାନଗିରି ଲୋକସଭା, ବିଧାନସଭା ଓ ୧୪୭ ଚିତ୍ରକୋଣ୍ଡା ଲୋକସଭା ଓ ବିଧାନସଭା ମଣ୍ଡଳୀ ର ଭୋଟ ଗଣତି କରିବାର କାର୍ଯ୍ୟକ୍ରମ ରହିଥବା ସୂଚନା ଦେଇଥିଲେ। ମାଲକାନଗିରି ବିଧାନସଭା ର ୩୦୦ଟି ବୁଥ ପାଇଁ ଦୁଇଟି କକ୍ଷରେ ୧୪ଟି ଟେବୁଲ ଓ ଚିତ୍ରକୋଣ୍ଡା ବିଧାନସଭାର ୨୪୭ଟି ବୁଥ ପାଇଁ ଗୋଟିଏ କକ୍ଷରେ ୮ଟି ଟେବୁଲ ରେ ଗଣତି କାର୍ଯ୍ୟ ଚାଲୁରହିବ ଏବଂ ମାଲକାନଗିରି ପାଇଁ ୨୨ ରାଉଣ୍ଡ ଓ ଚିତ୍ରକୋଣ୍ଡା ପାଇଁ ୩୧ ରାଉଣ୍ଡ ଗଣତି ହେବାର ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ପ୍ରଶାସନିକ ଅଧିକାରୀ ସୋମନାଥ ପ୍ରଦାନ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସହ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment